ମଧୁବସନ୍ତ
ମଧୁବସନ୍ତ
ଭଲଲାଗେ ଭାରି ସୁକୋମଳ ପ୍ରିୟା
ସବୁଜ ପାଟ ପଣତ
ବିବିଧ ରଙ୍ଗରେ ଶୋଭା ଛିଟ ଫୁଲ
ଲାଗେ ସୁନ୍ଦର ବହୁତ ।
ନାଲି ଶଙ୍ଖା ଚୂଡି ମଥାରେ ସିନ୍ଦୂର
ପାଦରେ ସରୁ ଅଳତା
ସୂପାତି କଜ୍ଜଳେ ନୟନ ଭ୍ରୃଲତା
ଥାଏ ସଦା ନୃତ୍ୟ ରତା ।
ସେନେହ ସୋହାଗ ମଳୟ ପବନ
ଭୁରୁ ଭୁରୁ ବାସ ଗନ୍ଧେ
ମହକି ଉଠଇ ଜୀବନ ସଂସାରେ
ଘର ପରିବାର ଗଢେ ।
ପାଦେ ରୁଣୁଝୁଣୁ ନିକ୍ୱଣେ ପାଉଁଜି
ପରିପାଟୀ ଅଳଙ୍କାର
ନିତ୍ୟ ଶୋଭାବନ ଗୃହ ମଧୁବନେ
ଦିଶେ ତାରକା ସମାନ ।
ପ୍ରିୟା ଓଷ୍ଠ ଧାରେ ସୁମଧୁର ହାସ୍ୟ
ସୁବାସେ ମଧୁ ବସନ୍ତ
ରଙ୍ଗର ପସରା ପ୍ରକୃତି ସ୍ୱରୂପା
ସିନ୍ଧୁ ମୋ ପ୍ରିୟା ଅମୃତ ।
ଅମୃତ ସନ୍ତାନ ଆଲୋକର ଶିଖା
ଜୀବନ ଆନନ୍ଦ ଉତ୍ସ
ନାଭି କମଣ୍ଡଳେ ସାଇତା କସ୍ତୁରୀ
ସୁସାଧନେ ସୁପ୍ରାପତ ।

