STORYMIRROR

Kabita Mohanty

Fantasy Others

3  

Kabita Mohanty

Fantasy Others

ଏଇ ତ ଆରମ୍ଭ ମାତ୍ର

ଏଇ ତ ଆରମ୍ଭ ମାତ୍ର

1 min
260

ତମେ ମୋତେ ମାଗିଥିଲ ସେଦିନ

ମୋ ସମୟରୁ ମାତ୍ର ପାଞ୍ଚଟି ମିନିଟ 

ଦିନ ଯାକ ଘରେ ରହି ସନ୍ଧ୍ୟାରେ 

ତାଳି ଟିଏ ଦେବି ବୋଲି 

ହଁ ଭରିଦେଲି ମୁଁ ଖୁସିରେ ଅଧିର ହୋଇ 

ଘଂଟ ଅବା ଘଣ୍ଟି 

ତାଳି ନହେଲେ ଥାଳି ବଜାଇ 

ଥରାଇ ଦେଲୁ ଆମେ ସେଦିନ ସନ୍ଧ୍ୟାକୁ 

ଜଣାଇଲୁ କୃତଜ୍ଞନ୍ତା ସେବା ଦେଉଥିବା ମଣିଷକୁ

ଆମର ଏ ଅସମୟରେ ...(ଜନତାକରଫିଉ)


ଭାବିଲି ବୋଧେ ଅନ୍ତ ହେଲା ଖରାପ ସମୟର 

ମୁଁ କି ଜାଣିଥିଲି 

ଏଇ ଯେ ଆରମ୍ଭ ମାତ୍ର ଏକ ଅଦେଖା ଲଢ଼େଇର !!


ପୁଣି ତମେ ମାଗି ନେଲ ମୋ ସମୟରୁ 

ଏକୋଇଶିଟି ଦିନ 

କେମିତି ବା ମନା କରିଥାଆନ୍ତି ମୁଁ ଏ ଅସମୟରେ

ହଁ ନାହିଁର ଦୋ ଛକିରେ ଛିଡା ହୋଇ 

ମୁଣ୍ଡ ନୁଆଇଁ ଦେଲି ତୁମ ଆଗେ 


ପଣ କଲି ବନ୍ଦୀ କରି ରଖିବି ମୁଁ

ନିଜକୁ ନିଜେ ଏଇ ଏକୋଇଶ ଦିନ

ମୋ ଘରର ଚାରି କାଁଥ ଭିତରେ 

କେହି ମୋ ଗୋଡ଼ରେ ବେଡା ବାନ୍ଧିବନି 

ହେଲେ ଡେଇଁବିନି ମୁଁ ଏ ଲକ୍ଷ୍ମଣ ରେଖା 

ଶପଥ କଲି ମୁଁ ତୁମ ଆଗେ 

ସତ୍ୟ ,ସତ୍ୟ, ସତ୍ୟ 

ତ୍ରିବାର ସତ୍ୟ ଭଳି 

ଦୁନିଆ ପ୍ରଳୟ ହୋଇଯିବ ଯଦି ହୋଇଯାଉ 

ଗୋଡ଼ ମୁଁ କାଢିବିନି ମୋ ଦୁଆରୁ 

ଏଇ ଯେ ଆଜି ମୋର ଅଗ୍ନି ପରୀକ୍ଷା 


ହାତରେ ନାହିଁ ଅସ୍ତ୍ର ମୋର 

ଠିଆ ହୋଇନି ମୁଁ ସୀମାନ୍ତରେ 

ହେଲେ ବି ସାଜିଛି ମୁଁ ଲଢୁଆ ସୈନିକ ଆଜି 

ମୋ ଘରର ଚାରି କାଂଥ ଆବଦ୍ଧ ଭିତରେ

ଆଜି ନିଜକୁ ପରଖିବାର ବେଳ 

କେତେ ସହନଶୀଳ ଓ ସଂଯମ ମୁଁ 

କେତେ ସମର୍ପଣ ଭାବ ଅଛି ମୋ ଭିତରେ 

ସମୟ ଆସିଛି ଆତ୍ମ ବିଶ୍ଳେଷଣର


ଜିତିବାକୁ ହେବ ଏ "କରୋନା ଲଢେଇ"କୁ 

ମିଳିମିଶି ଲଢ଼ିବା ସଭିଏଁ ଏ ଲଢେ଼ଇ 

ଏକଜୁଟ ନ ହୋଇ ବି ଏକାଠି ହେବା ମାନସିକ ସ୍ତରେ

ଆଜି ଏ ଦେଶର ଡାକରା 

ଆଗକୁ ଅଛି ଅନେକ ଦିନ 

ଏଇ ତ ଯୁଦ୍ଧର ଆରମ୍ଭ ମାତ୍ର ।


Rate this content
Log in

Similar oriya poem from Fantasy