ମୋ ଗାଁ ତୁମ ଗାଁ ଆମ ଗାଁ
ମୋ ଗାଁ ତୁମ ଗାଁ ଆମ ଗାଁ
ମୋ ଗାଁ ଆକାଶରେ
ତୁମ ଗାଁ ଜୋଛନା
ତୁମ ଗାଁ ସଂଗୀତ ରେ
ମୋ ଗାଁ ମୂର୍ଚ୍ଛନା .l
ମୋ ଗାଁ ଫଗୁଣ ରେ
ତୁମ ପ୍ରେମ ପରଶ
ତୁମ ଗାଁ ମଳୟ ରେ
ମୋ ପ୍ରୀତି ପିୟୁଷ.l
ମୋ ଗାଁ ସୁମନ ରେ
ତୁମ ଗାଁ ସୁବାଷ
ତୁମ ଗାଁ ପୁଷ୍କରିଣୀ ରେ
ମୋ ଗାଁ ନୀଳକଇଁ ର ହସ.l
ମୋ ଗାଁ ବରଷାରେ
ତୁମ ଗାଁ ଭିଜୁଚି
ତୁମ ଗାଁ ନିଦାଘ ରେ
ମୋ ସ୍ପନ୍ଦନ ବଢୁଛି.l
ମୋ ଗାଁ କାକରରେ
ତୁମ ଗାଁ ଗୋଲାପ ର ସମ୍ଭାର
ତୁମ ଗାଁ ଗଙ୍ଗଶିଉଳି ରେ
ମୋ ଗାଁ ମଲିଫୁଲର ଆସର.l
ମୋ ଗାଁ କଦମ୍ବ ରେ
ତୁମ ଗାଁ ରୋମାଞ୍ଚ
ତୁମ ଗାଁ କୃଷ୍ଣଚୂଡ଼ାରେ
ମୋ ଗାଁ ଗୋଧୂଳି ର ସଞ୍ଜ.l
ମୋ ଗାଁ ମନ୍ଦିର ରେ
ତୁମ ଗାଁ ପାର୍ବଣ
ତୁମ ଗାଁ ଆଳତିରେ
ମୋ ଗାଁ ଜଣାଣ.l
ମୋ ଗାଁ ସଠିଘର
ତୁମ ଗାଁ ସ୍ୱର୍ଗଦ୍ୱାର
ମୋ ଗାଁ ତୁମ ଗାଁ
ଆମ ଗାଁ ଆହା କେଡେ ସୁନ୍ଦର.ll
