ବେଲ
ବେଲ
ନାମଟି ବେଲ
ଶୁଣମୋ ଖେଳ
ଖରା ଦିନରେ ପଣା ,
ଗଛରେ ବଢେ
ପାଚିଲେ ଝଡେ
ତୁମୁକୁ ଥିବ ଜଣା।
ଉପର ଖୋଲ
ଭାଙ୍ଗିଲେ ଫଳ
ପାଚିଲା ମଣ୍ଡ ପରି ,
ଧୋବଲା ମଞ୍ଜି
ଭିତରେ ଖଞ୍ଜି
ଲାଗଇ ଇଠା ଧରି।
ଦାରୁଣ ଖରା
ମହକ ଭରା
ପାନୀୟ ବେଲ ପଣା,
ମାଡଇ ହାଇ
ଶୋଇବା ଯାଇଁ
ନହୋଇ ବାଟବଣା।
ପେଟର ନାଟ
ପାଇଁକି ବାଟ
ପିଇଲେ ସଫା ମଳ ,
ନାଳକୁ କାଳ
ପକେଇ ଜାଲ
ଦିଅଇ ଦେହେ ବଳ।
ଚମର ପୋଡ଼ା
ପଣାକୁ ଥୋଡ଼ା
ନିଇତି କରି ପାନ,
ବଢାଏ ଭୋକ
ଆଦରେ ଲୋକ
ପ୍ରକୃତି କରେ ଦାନ।
