STORYMIRROR

RAJANI KANTA SAHU

Abstract Romance Fantasy

3  

RAJANI KANTA SAHU

Abstract Romance Fantasy

ତାଙ୍କ ଆଖି

ତାଙ୍କ ଆଖି

1 min
178

ତାଙ୍କ ଆଖି

କିଛି କହୁଥିଲା ବୋଧେ

କିନ୍ତୁ କଣ କହୁଥିଲା 

ମୋତେ ଜଣାନାହିଁ ।


        ତାଙ୍କ ଆଖିର ଗଭିରତା

        ଏତେ ଦୀର୍ଘ ପ୍ରସାରୀ ଥିଲା ଯେ

        ପୃଥିବୀରୁ ଆକାଶକୁ ବୋଧେହୁଏ

        କିନ୍ତୁ, ତାଙ୍କ ଆଖିର

        କଜଳ ଧାରରେ ଅପୂର୍ବ ଏକ 

        ରହସ୍ୟ ଝଟକୁ ଥିଲା,

        ତାଙ୍କ ରକ୍ତ ଗୋଲାପ ଓଠରୁ

        ଟୋପା ଟୋପା ମହୁ ଝରୁଥିଲା ।


ସେ ଦେଖୁଥିଲେ ଏମିତି 

ଯେମିତି ମୟାର ଜାଲ ବୁଣିଦେବେ

ସମଗ୍ର ସୃଷ୍ଟିରେ,

ସେ ଦେଖୁଥିଲେ ଏମିତି

ଯେମିତି ଶୁଷ୍କ ଜୀବନରେ ଅମୃତ

ଭରି ଦେବେ ବାଂକ ଦୃଷ୍ଟିରେ ।


         ତାଙ୍କ ଆଖି

         ଅପୂର୍ବ ଏକ ଆଖି

         ଜହ୍ନର ଜୋସ୍ନାରେ ପ୍ଲାବିତ 

         ତାଙ୍କ ଆଖି

          ଅପୂର୍ବ ଏକ ଆଖି

          ରକ୍ତ ଜଭା ପରି ପ୍ରସ୍ଫୁଟିତ ।



Rate this content
Log in

Similar oriya poem from Abstract