Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୫୨

ପ୍ରିୟା-୫୨

1 min
141


                

କାଞ୍ଚି ରାଜ ଜେମା

ରୂପେ ଅନୁପମା

  ବରିଲେ କଳିଙ୍ଗ ନୃପ

ଦେଇନି ଡଗର

ତୁମର ଖବର

      ରୂପ ତୁମ ଅପରୂପ ।

ଯାହା ହେଲା ଭଲ ହେଲା

କାଳ ବଇଶାଖି ଗଲା

ପାଇଥିଲେ ତୁମ ସଂଧାନ

ଅକାଳରେ ପ୍ରିୟା

     ଝରି ପଡ଼ି ଥାନ୍ତା

ମୋର ଏ ଅଲୋଡ଼ା ଜୀବନ ।

ରଜା ଘର କଥା ,

ପ୍ରତିରୋଧ କିବା ପ୍ରତିବାଦ କଲେ

କଟି ଯିବ ସିନା ମଥା

ରଜା ଘର କଥା

ବାମନ ହେଇକି ଭୀମ ସହ ରଣ

           ହେଇନଥାନ୍ତା କି ବୃଥା ।

ବିଧି ଓ ବିଧାନ

ଥିଲେ ଗୋ ପ୍ରସନ୍ନ

   ରହିଗଲ ତୁମେ ମୋ ପାଇଁ

କୁହ କେବେ ଆସୁଛ ଗୋ

                   ମୋର ହେଇ ।


Rate this content
Log in