STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ପ୍ରେମ

ପ୍ରେମ

1 min
196


ପ୍ରେମ ଶାଶ୍ୱତ ନିର୍ମଳ

ଗଙ୍ଗାଜଳ।

ପ୍ରେମ ପୂଣ୍ୟ ନଦୀର ଧାର

କି ଜଳ ସ୍ଥଳ।

ପ୍ରେମ ପ୍ରଜାପତି ଡେଣାରେ

ରକ୍ତ କମଳ।

ପ୍ରେମ ତାରୁଣ୍ୟର ତାରତମ୍ୟ

ସୁଢଳ ସକାଳ।

ପ୍ରେମ ଚିରନ୍ତନ ନିର୍ବିକାର

ସଦା ପଦ୍ମ ଢଳ ଢଳ ଜଳ।

ପ୍ରେମ ସମୁଦ୍ରର ଗଭୀରତା

ପ୍ରେମ ପଶୁ ଆଖି ଆତୁରତା।

ଶିଶୁର ଅସ୍ଥିର ଆଖିପତା

ସଦା ଚଳଚଞ୍ଚଳ ।

ପ୍ରେମ ସ୍ୱଚ୍ଛ ପୁରାଣ

ମାଆର ଅଞ୍ଚଳ।

ପ୍ରେମ କସ୍ତୁରୀ ପ୍ରାୟ

ନିରାକାର ନିରାମୟ।

ସ୍ୱୟଂ କୁଳୁକୁଳୁ କଳକଳ

ପ୍ରେମ ଛାଇ ସୁଶୀତଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract