STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ନିରବ ପ୍ରେମର ଗୀତ

ନିରବ ପ୍ରେମର ଗୀତ

1 min
161

ପ୍ରଣୟ ବ୍ୟଥାରେ ଜର୍ଜରିତ ପ୍ରେମି ଯୁଗଳ  

ସେ ନିସ୍ତବ୍ଧ ରାସ୍ତାର ସମୟକୁ

ଅଟକାଇବାର ପ୍ରୟାସ ବ୍ଯର୍ଥ ହେବାପରେ 

ଅନ୍ବେଷଣ କରନ୍ତି କେଉଁ ଏକ ସ୍ବପ୍ନର ଇଲାକା; 

ଅଣଦେଖା କରି ଚାଲୁ ଚାଲୁ 

ବାଟ ଓଗାଳି ବସିଥାଏ ଚୌକିଟିଏ 

ହୃଦୟରେ ଭରି ଅଭିମାନ ଭରି ମେଞ୍ଚା ମେଞ୍ଚା ।

ସତ ଚେଷ୍ଟା ପରେବି ପାରିନି କାହାକୁ ପ୍ରେମ କରି

କିନ୍ତୁ, ପ୍ରେମର ବସନ୍ତରେ ସେ ବାସ୍ନାୟିତ 

ମହ ମହ ପ୍ରେମର ମହକ ରୁ ବାସ୍ନା ନେଇ

ତା ପ୍ରାଣକୁ ପ୍ରୀତି ଫୁଲେ କରିବ ପ୍ରୀତିପ୍ଳୁତ। 

ବେପଥୁ ପ୍ରେମିକ ପ୍ରେମିକାଙ୍କ ତନୁ ପରଶେ 

ନିସ୍ତବ୍ଧ ରାସ୍ତାର ନିରବ ଚୌକିର ବୁକୁ ହରସେ,

ମିଳନର ପ୍ରତୀକ୍ଷାରେ ଦିନ ଗଣୁ ଗଣୁ

ବର୍ଷା, ବସନ୍ତ, ବୈଶାଖ ଛୁଇଁ ଯାଆନ୍ତି

ଶରଦ ଶଶି ବିଛୁରି ଦିଏ ଜ୍ଯୋସ୍ନା ହସି ହସି

ଉନ୍ମତ୍ତ ଉଲ୍ଲାସରେ ଚୁମି ଯାଆନ୍ତି ମଧୁର ମୂର୍ଚ୍ଛନା 

ଶୀତୁଆ ସଞ୍ଜର ତାପ ମାପୁ ମାପୁ 

ଅବୈଧ ପ୍ରଣୟର ଜ୍ବାଳାରେ 

ଗତ ଆଗତ ସବୁ ଏକାକାର ହୋଇଉଠେ, 

ନିରବ ନିଶ୍ଚଳ ନିସ୍ବ କାମାସକ୍ତ ଶରୀର ଦ୍ବୟ

ଏକୀଭୁତ ହୋଇ ସ୍ଫୁଲିଙ୍ଗେ ଗଣନ୍ତି ସ୍ପନ୍ଦନ 

ଶାନ୍ତ ସ୍ନିଗ୍ଧ ସ୍ଫଟିକ ଭରା ଚୌକିର କୋଳରେ ।

ନିସ୍ତବ୍ଧ ରାସ୍ତାର ନିରବ ଚୌକି ଗୁଡିକ

ଏମାନେ ବି ମୁକସାଖି 

ଅଧା ଛାଇ ଆଲୁଅରେ ଘଟୁଥିବା ଅଘଟଣର, 

ଅବା, ପ୍ରଶ୍ନବାଚୀ ମୁହୂର୍ତ୍ତ ଜୀବନ ନାଟକର

ଅବା, ଅବିଭାଜିତ ଭଗ୍ନାଂଶ ଜୀବନ ଗଣିତର 

ଅବା, ଅମୀମାଂସିତ ସମସ୍ଯା ଜୀବନ ଯାତ୍ରାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance