Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitali Priyadarsini Panda

Abstract Romance Fantasy

3.3  

Smitali Priyadarsini Panda

Abstract Romance Fantasy

ନବ ବସନ୍ତ

ନବ ବସନ୍ତ

1 min
145


 


ନବ ବସନ୍ତ ସେ ପହିଲି ପରଶ

କୋଇଲି ର କୁହୁ ତାନେ

ସ୍ପର୍ଶ ମାଧୂର୍ଯ୍ୟ ରେ ମଧୁ ଝରି ଯାଏ

ଶିହରଣ ତନୁ ମନେ ।।


ଫୁଲର କାନନ ସୁରଭି ରେ ଭରେ

ମଧୁପର ମୃଦୁ ଗୁଞ୍ଜେ

ବିଚରଣ କରେ ଚତୁର୍ଦ୍ଦିଗ ବ୍ୟାପ୍ତି

ଗଙ୍ଗଶିଉଳି ର ବାସ ସଞ୍ଜେ ।


ଚତୁଃ ବୃକ୍ଷ ରାଜି ବଉଳେ ଶୋଭିତ

ଦିଗ ଦିଏ ମହକାଇ

ଦୋଳ ବେଦୀ ସଜା ନାମେ କୃଷ୍ଣ ରାଧା

ଅପୂର୍ବ ଆନନ୍ଦେ ମହି । 


ପ୍ରାଚୀ ର ଗଗନେ ସୂର୍ଯ୍ୟ ଉଠେ ହସି

ସ୍ନିଗ୍ଧ ଶାନ୍ତ ପରିବେଶେ

ଦୋଳ ଜାତ ପାଇଁ ଭରି ଉଠେ ପଲ୍ଲୀ

ସବୁରି ପରାଣେ ହସେ ।


ବସନ୍ତ ରାଜା ସେ ପୁଷ୍ପକ ବିମାନେ

ମଳୟ ସାରଥୀ ସାଜି

କରିଛନ୍ତି ରଙ୍ଗ ପ୍ରକୃତି ର ଅଙ୍ଗ

ବନ ଉପବନ ରାଜି ।


 


Rate this content
Log in

Similar oriya poem from Abstract