STORYMIRROR

LALIT MOHAN DASH

Action Fantasy Inspirational

3  

LALIT MOHAN DASH

Action Fantasy Inspirational

ଦୂର ପାହାଡ଼ର ମାୟା

ଦୂର ପାହାଡ଼ର ମାୟା

1 min
200

ସକାଳୁ ସକାଳୁ ନିଦ ଭାଙ୍ଗିଗଲେ

ମନେପଡେ ତୁମ କଥା,

ଯଦିବା ଜାଣିଛି ତୁମ ସହ କେବେ

ହେବନାହିଁ ଆଉ ଦେଖା ।୧।

କେଜାଣି କାହିଁକି ତଥାପି ବନ୍ଧୁ !

ତୁମ ଅପେକ୍ଷାରେ ରହେ,

ତୁମେ କି ଜାଣିନ ହଜେଇବା ଦୁଃଖ ?

ମନତଳେ ସଦା ଥାଏ ।୨।

କିମିତି ଅଜଵ ଶୂନ୍ୟତା ଗୋଟେ

ଧରି ରଖିଥାଏ ମତେ,

ପାରେନି କାଟି ସେ ଶୂନ୍ୟତାର ଜାଲ

ଚେଷ୍ଟା କଲେ ବି ଯେତେ ।୩।

ତୁଚ୍ଛାଟାରେ ମୁଁ ଯେ ଆନମନା ହୁଏ

ପୂଜିଲା ଵେଳେ ମୁରାରି,

ସଞ୍ଚିତ ସବୁ ଅକୁହା ବେଦନା

ଲୁହ ହୋଇ ଆସେ ଝରି ।୪।

ତୁମକୁ ମୁଁ ଦୋଷ ଦେଉନାହିଁ ବନ୍ଧୁ !

ଜାଣେ ସବୁ ଦୋଷ ମୋର,

ଜାଣିନି କାହିଁକି ମନରେ ଆସିଲା

ଦୂର ପାହାଡ଼ ସୁନ୍ଦର ।୫।

ହଜିଗଲି ସେଇ ପାହାଡ଼ ମାୟାରେ

ନିକଟକୁ ଯେବେ ଗଲି,

ନିଜ ଭାବନାରେ ମଜ୍ଜିଗଲି ସିନା

ତୁଚ୍ଛାରେ ଆହତ ହେଲି । ।୬।

ଭଲରେ ରହରେ ଦୂରର ପାହାଡ଼ !

ଖୋଜୁନି ମମତା ତୋର,

ଦୂରରୁ ଦେଖି ମୁଁ ଖୁସି ହେଉଥିବି

କିଛି ଲୋଡା ନାହିଁ ମୋର ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action