Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

କାହାକୁ ଭାବନା ଛୋଟ

କାହାକୁ ଭାବନା ଛୋଟ

1 min
314



ସ୍ୱାଧୀନ ଦେଶର ନାଗରିକ ଆମେ

ଏକତା ସୂତ୍ରରେ ବନ୍ଧା

ଶାନ୍ତି ମୈତ୍ରୀ ପ୍ରୀତି ଅହିଂସା ସ°ହତି

ଦୃଢ଼ ସୁବିଶ୍ୱାସେ ଛନ୍ଦା ।

ଜାତି ଲିଙ୍ଗ ବର୍ଣ୍ଣ ଧର୍ମ ଭେଦାଭେଦ

ମନରୁ କରିବା ଦୂର

ଦେଶର ଉନ୍ନତି ବିକାଶର ପଥେ

ଆଗେଇବା ନିରନ୍ତର ।

ଆମ ଶ୍ରମ ନିଷ୍ଠା ସେବା ଓ କର୍ତ୍ତବ୍ୟେ

ଦେଖାଇବା ପରାକାଷ୍ଠା

ବୃହତ୍ତର ଆମ ଦେଶର ସ୍ୱାର୍ଥକୁ

ମହତ୍ତ୍ଵ ଦେବା ଅଧିକା ।

ବହି ଶତ୍ରୃ ଯଦି ଦେଖାଇବ ଆଖି

କଲା ଯୁଦ୍ଧ ଆକ୍ରମଣ

ହୋଇ ଏକ ମନ ସର୍ବେ ଏକ ପ୍ରାଣ

 କରିଦେବା ପଣ୍ଡ ଚୂର୍ଣ୍ଣ ।

ତ୍ରିରଙ୍ଗାର ତଳେ ସଭିଏଁ ସମାନ

ମହାନ ଭାରତ ବର୍ଷ

ଏ ପାଣି ପବନେ ଭରା ସୁସ°ସ୍କୃତି

କାହାକୁ ଭାବନା ଛୋଟ ।

    ------



Rate this content
Log in

Similar oriya poem from Action