STORYMIRROR

Anjana Naik,Anju..Deogarh

Action Classics Others

3  

Anjana Naik,Anju..Deogarh

Action Classics Others

ମୁଁ କେବଳ ତୁମର ..........

ମୁଁ କେବଳ ତୁମର ..........

1 min
512

ସେଦିନ ଲୋକମାନଙ୍କ ସମ୍ମୁଖରେ 

ହଁ ଟିଏ କ'ଣ ମାରିଦେଲି

କିଛିଦିନ ପରେ ପଠେଇଦେଲ ଖବର 

ପକ୍କା ହୋଇଗଲା ଜବାବ୍ 

ଆଉ ଗାଡ଼ି ମୋଟର ଲୋକବାକ 

ବାଣ ଫୋଟକା ଫୁଟେଇ

ବ୍ୟାଣ୍ଡ ବାଜା ନେଇ ଆସିଲ 

ମୋତେ ଘେନିଯିବାକୁ  

ମୁଁ ଆବାକ୍ !

ଏଇଆ କ'ଣ ବାହାଘର !

ମୋ ବେଶ ଭୂଶା ବଦଳି ଗଲା

ଦାମି ଦାମି ଡ୍ରେସ୍ 

ସବୁ ହୋଇଗଲା ରିଜେକ୍ଟ 

ଦେହରେ ଲାଗିଲା ପାଟଶାଢ଼ୀ

ଛାଟ ହୋଇ ଡ଼ଗଡ଼ଗ ଚାଲିବା ଛାଡ଼ି 

ଚାଲିଲି ମୁଣ୍ଡ ପୋତି ଧିରେଧିରେ

ଠୋଠୋ ହସିବା ଛାଡ଼ି 

ହସିଲି ମୁରୁକି ମୁରୁକି ଓଢ଼ଣା ତଳେ 

ଏଇଆ କ'ଣ ବାହାଘର !

ବେଦିରେ ବ୍ରାହ୍ମଣ ମନ୍ତ୍ର ଉଚ୍ଚାରଣ କରି

ଦୁବ ଚାଉଳ ଝିଣ୍ଟି ଦେଲେ 

ହାତକୁ ହାତ ଛନ୍ଦି ଦେଲେ 

ବେକରେ ଫୁଲମାଳ ସହିତ 

ମଙ୍ଗଳ ସୂତ୍ର ଟିଏ ପିନ୍ଧେଇ ଦେଲ

ମୁଁ ହେଇଗଲି ଆମେ ର ପରିଚୟ 

ଝିଅରୁ ଅବତାର ପାଇଲି ବହୁର ରୂପ 

ଠିକଣା ସଙ୍ଗେ ସାଜ୍ଞା ବି ବଦଳିଗଲା  

ମନେ ମନେ ଭାବିଲି 

ଏଇଆ କ'ଣ ବାହାଘର !

ମୋତେ ତନ୍ନ ତନ୍ନ କରି ପରଖା ଗଲା 

କ'ଣ କ'ଣ ଯଉତୁକ ଆଣିଛି 

ବହୁ ଗୋରୀ ,ସାବେନି ନା କାଳି 

କେତେ ମୋଟା ବେଣି

ଗୋଡ଼ ଫାଟି ଛି କି ?

ରାନ୍ଧଣା ଆସେ ନା ନାଇଁ, 

ଘର କାମରେ ହାତ କେତେ ପଇଛଳ

ସଣ୍ଠଣା ଶିଖିଛି ନା ନାଇଁ 

ନାନା ମାଇପିଙ୍କ ନାନା ମତ 

ମୁଁ ସବୁ ମୁଣ୍ଡ ପୋତି ହୁଁ ଟିଏ ମାରୁଥାଏ 

ଏଇଆ କ'ଣ ବାହାଘର !

ସେଦିନ ଲୋକମାନଙ୍କ ସମ୍ମୁଖରେ 

ହଁ ଟିଏ କଣ ମାରିଦେଲି 

ସବୁ କଥାରେ ହୋଇଛି ସହମତ

ସନ୍ଧି ପତ୍ରରେ ମୁଁ ପରା ହାତକାଟି 

ଗତକାଲି ଲେଖି ବି ଦେଇଛି

ପୁରୋହିତଙ୍କ ସମ୍ମୁଖରେ 

ବିବାହ ବେଦୀର ରେଜିଷ୍ଟରରେ 

ଚେତନ ବା ଅବଚେତନରେ  

ମୁଁ ଗୋଟାପଣେ ତୁମର  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action