ଜାଗ ଓଡ଼ିଆ ଜାଗ
ଜାଗ ଓଡ଼ିଆ ଜାଗ


ଉଠ ରେ ଓଡ଼ିଆ ଜାଗ ରେ ଓଡ଼ିଆ
ଉଠିବୁ ଆଉ ତୁ କେତେ ଦିନେ
ନିଦ ଭାଙ୍ଗି ଯେବେ ତୁ ଉଠିବୁ ଚେଇଁ
ତୋତେ ଭୁଲିଥିବେ ତୋର ଜନେ ।
ସହଜେ ତ ଏବେ ଡେରି ହୋଇଲାଣି
ଡେରି ଏବେ ଆଉ କର ନାହିଁ
ହୃଦ ଗଉରବ ଫେରାଇବା ପାଇଁ
ଓଡ଼ିଆ ସନ୍ତାନ ଉଠ ଚେଇଁ ।
ସବୁ ଆଳସ୍ୟକୁ ତ୍ୟାଗ କରି ଏବେ
ମହା ସଂଗ୍ରାମରେ ଦିଅ ଲମ୍ଫ
କଲମ ମୁନରେ ସ୍ୱର ତୋଳ ଏବେ
ଓଡ଼ିଆ ଭାଷାର ରଖ ଟେକ ।