ମୋ ବୋଉ
ମୋ ବୋଉ
ଛାଡି ତୁ ଗଲୁଣି ପାଞ୍ଚ ବର୍ଷ ହେଲା
ଲାଗେ ପାଞ୍ଚ ଦିନ ପରି
ଏବେ ବି ଲାଗୁଛି ମୋ ଅଫିସ୍ ଫେରା
ଚାହୁଁଛି ଅପେକ୍ଷା କରି
ଖାଇବାକୁ ଦେବି ଗେଲ କରୁଥିବି
ହସୁଥିବୁ ଖିଲି ଖିଲି
ବିରକ୍ତି କରିଲେ ଛୋଟ ପିଲା ପରି
ଦେଉଥିବି ତୋତେ ଗାଳି
ମାଆର ଗୁରୁତ୍ଵ କେତେ ଯେ ଅଧିକ
ବୁଝିହୁଏ ଗଲା ପରେ
ଆଜି ମୁଁ ଝୁରୁଛି ତୋତେ ଆଲୋ ବୋଉ
ଆଖିରୁ ଲୁହ ବାହାରେ
