କରୋନା ମହାମାରୀ
କରୋନା ମହାମାରୀ
ଏମିତି ସମୟ ମଣିଷ ଦେଖୁଛି,
ମରଣ ଯେମିତି ଦୂଆର ଜଗିଛି।
କରୋନା ନାମକ ଭୂତାଣୁ ବୁଲୁଛି,
ବିଦେଶୁ ଆସି କି ଉତ୍ପାତ କରୁଛି।
ମଣିଷ ଦେଖିଲେ ଛାନିଆ ଲାଗୁଛି,
ସଭିଙ୍କ ମୁହଁରେ ମୁଖା ତ ରହିଛି।
ଛ ଫୁଟ ଦୂରରୁ କଥାତ ହେଉଛୁ,
ନାକକୁ ଆଖିକି ଛୁଇଁ ନ ପାରୁଛି।
ବାହାରୁ ଆସିଲେ ହାତକୁ ଧୋଉଛୁ,
ଆତ୍ମୀୟ ଶବକୁ ଦେଖିନ ପାରୁଛି।
ସେନେହ ମମତା ହଜେଇ ଦେଇଛୁ,
ନିଜର ବନ୍ଧୁଠୁ ଦୂରେଇ ଯାଇଛୁ।
ବେଳକୁ ବେଳକୁ ଦୁଃଖ ତ ବଢୁଛି,
କରୋନା ଆକ୍ରାନ୍ତେ ଜଗତ କାନ୍ଦୁଛି।
