STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ହଜିଗଲି ମୁହିଁ ତୁମ ଭିତରେ

ହଜିଗଲି ମୁହିଁ ତୁମ ଭିତରେ

1 min
310

     ହଜିଗଲି ମୁହିଁ ତୁମ ଭିତରେ


  ✍️କବିରତ୍ନ ନୂତନ କୁମାର ବେହେରା


ଇପ୍ସା ଥିଲା ଅବଦମିତ ଲିପ୍ସା ଥିଲା ଅନିୟନ୍ତ୍ରିତ

ଆଶା ଥିଲା ଆକାଶ ପର୍ଯ୍ୟନ୍ତ ବିସ୍ତାରିତ

ପାଇବାର ପ୍ରତିଜ୍ଞା କରି ଦୃଢ଼ ଏବଂ ନିଶ୍ଚିତ

ଖୋଜୁଥିଲି ତୁମକୁ ଆଖି କରି ଉନ୍ମିଳିତ

ନ ଦେଖି ବି ତୁମକୁ ହେଉ ଥିଲି ମୁଁ ବ୍ୟାକୁଳ

ଆବେଗରେ ହୋଇ ଭାବ ବିହ୍ଵଳ

କେମିତି ହୋଇଥିବ ତୁମେ ରୂପ ରଙ୍ଗରେ

କେମିତି ତୁମକୁ ମୁଁ ଲାଗିବି ତୁମ ମନ ପ୍ରାଣରେ

ତୁମେ ଭଲ ପାଇବ ନା ଘୃଣା କରିବ ମୋତେ

ଭାଷା ତୁମର ହେବ କୋମଳ ନା ରୁକ୍ଷ

ଛନ୍ଦି ପକାଉଥିଲା ଉତ୍ତର ନଥିବା ପ୍ରଶ୍ନ ଯେତେ

ଅସ୍ବଭାବିକ ସ୍ପନ୍ଦନରେ ନାଚୁଥିଲା ବକ୍ଷ

ଏକ ଅଜଣା ଅଚିହ୍ନା ପରିଚୟ ନେଇ

କେମିତି ମୁଁ କରିବି ତୁମକୁ ସାମ୍ନା

କ'ଣ ଭାବିବ ମୋତେ ତୁମେ ହଠାତ୍ ଦେଖି

ମୋ ଭାବନା କେମିତି କରିବି ଉପସ୍ଥାପନା

ସବୁ କଳ୍ପନା ଜଳ୍ପନା ଆଉ ଯୋଜନା

କିଛିର ବି ହେଲା ନାହିଁ ଆବଶ୍ୟକ

ତୁମେ ବୁଝି ପାରିଲ ମୋ ମନର ଭାବ ଭାଷା

ତୁମ ଓଠର ମଧୁର ହସ ଆଖିର ସେ ଚାହାଁଣୀ

ନୀରବରେ କହିଦେଲା ତୁମର ଇଚ୍ଛା ଅନେକ

ତୁମ ଆଗରେ ଉଷ୍ଣପ୍ରସ୍ରବଣ ସମ 

ମୋ ହୃଦୟର ଭୂତ୍ଵକ୍ ଫାଟି ପ୍ରବାହିତ ହେଲା

ଜମାଟବନ୍ଧା ଉତ୍ସରୁ ପ୍ରୀତିର ଫଲଗୁ

ହେଲି ମୁଗ୍ଧରେ ମୁଁ ସ୍ତବ୍ଧ କଲ ତୁମେ ବିମୁଗ୍ଧ

ବିଜୁଳି ସଂସ୍ପର୍ଶ ପରି ପ୍ରେମ ହେଲା ଅଚାନକ

ଦୁହିଁଙ୍କର ଚାରି ଚକ୍ଷୁ ରହିଲା ଅପଲକ

ଖେଳି ଗଲା ହୃଦୟ ସାମ୍ରାଜ୍ୟରେ ଆଲୋକ

ତୁମ ପ୍ରେମର ସ୍ପର୍ଶରେ କାମନାର ଉତ୍ତପ୍ତ ଲାଭା

ଉଦ୍ଗିରଣ ହେଲା ମୋ ହୃଦୟର ସୁପ୍ତ ଆଗ୍ନେୟଗିରିରୁ

ତୁମେ ଦେଲ ଶାନ୍ତିରେ ସନ୍ତୋଷ ଭରି

ଦୂର ହେଲା ଅହେତୁକ ଭୟ ଭ୍ରାନ୍ତି ମୋ ମନରୁ

ଜୀବନ କାଟିଲୁ କାଟୁଛୁ ଏକା ସାଥୀରେ

ମୋ ଚଲା ପଥେ ଚାଲିଛ ହାତ ମିଳାଇ ହାତରେ

ଖୋଜିବାର ଆଉ ନାହିଁ କିଛି ମୋ ପାଖରେ

ହଜିଗଲି ମୁହିଁ ତୁମ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance