STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ତଥାପି ଜୀବନ

ତଥାପି ଜୀବନ

1 min
430


ଦେହର ରକତ ସରିଲେ 

ପ୍ରାଣ ସରିସରି ଯାଏ ଜୀବ ଫେରିଯାଏ

ଶରୀରର କ୍ଷତ ଜଗତକୁ ଦିଶେ, 

ମନର ଭାବନା କାନ୍ଦେ

ଭିତରେ ଭିତରେ କେହି ଦେଖିପାରନ୍ତିନି

ଦାନ୍ତ ଦେଖାଇ ମଣିଷ କେତେ ହସେ।


ପଚାର କାହାକୁ ବି ଥରେ ପ୍ରଶ୍ନ

ଏକାନ୍ତରେ ନିର୍ଜନ ସ୍ଥାନରେ

"ତୁମେ ଜୀବନ ମରୁଛ 

ଅବା ମରଣକୁ ଜିଉଁଛ"

ନିଶ୍ଚିତ କହିବ ସେ ସତ୍ୟ ବଚନ

ମିଛ କହିଲେ କହିବ ଏତିକି

ସବୁ ଠିକ୍ ଅଛି ଜୀବନ ତା' ସମ୍ପନ୍ନ।


ଏଠି ପ୍ରତିକ୍ଷଣେ ଲୁହ, ମରୁଥାଏ ମନ

ରାତିର ଦୁଃଖ ଜାଣିଛି କି ଦିନ

ଗରିବର କ୍ଷୋଭ ରୋଗୀର ଭାବ

ଅର୍ଥର ରାଜୁତି ଏଠି ଭରସା ଦଇବ

ବଞ୍ଚିବାକୁ ହୁଏ ହୋଇ ଦୀନ ହୀନ

ମରିବାର ଇଛା ପାଇଁ ନାହିଁ ଅନୁମତି

କଷଣର ସୀମା ନାହିଁ କିଛି ଲୋକ ପାଇଁ

ତଥାପି ବଞ୍ଚିବାକୁ ହୁଏ ଜୀବନ

ଜୀବନ ଥିଲେ ହିଁ ପୂରିବ ସପନ।


ମଣିଷ ହାରିବନି ଲୁହକୁ ସେ ଡରିବନି

ବିପଦର ରଙ୍ଗ ଦେଖି ଲଢିବା ସେ ଛାଡ଼ିବନି,

କୋଟି କାରଣ ମିଳିବ ବଞ୍ଚିବା ପାଇଁ

ଅକାରଣେ ସେ ଜୀବନ ହାରିବ ନାହିଁ

ଆକାଶ ଛୁଇଁବ ସମୁଦ୍ର ଲଙ୍ଘିବ

ବିରାଟ ସମ୍ଭାବନାର ରାସ୍ତା ସେ ଖୋଜିବ।


ଏଠି ମୃତ୍ୟୁଭାବ ବାରବାର ଖାଇବ ହୃଦୟ ଖାଇବ

ଏ ମଣିଷ ମହାଶକ୍ତି ମହାଜ୍ଞାନୀ 

ଜିତିବ ସେ ଅଲବତ୍ ଜିତିବ

ସବୁ ପ୍ରତିକୂଳ ପରିସ୍ଥିତିରେ ହସିବ, 

ଗୋଟେ ସପନ ମରିଲେ 

ଜନମିବ ଶହେଟି ସ୍ୱର୍ଣ୍ଣିମ ସପନ

ଯେତେ ଥର ଭାଙ୍ଗୁ ମନ 

ଦେହ ଅଛି ନିଶ୍ୱାସ ଥିଲା ଯାଏ ଚାଲିବ

ଅଛି କେତେ କେତେ ଦୁଃଖ, ଥାଉ

ତଥାପି ଜୀବନ ତଥାପି ଜୀବନ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract