STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଦିଅ ଯା' ପାଉଣା ଦେବ

ଦିଅ ଯା' ପାଉଣା ଦେବ

1 min
297

ସେତେବେଳୁ ଏଠି ଦର ଛିଣ୍ଡଉଚ

ପରିବା କିଣିବ ବୋଲି,

ହଇକିଏ ବାବୁ ନବ କି ନ ନବ

କହି ଦଉନାହଁ ଖୋଲି ।


ଜାଣିଛ ତ ତୁମେ ସଂସାର ଚଳଣି

ସବୁ ଦରଦାମ ଚଢ଼ା,

ତୋଳି କରି ସଜ ପରିବା ଆଣିଛି

ନାହିଁ ଜମା ପଚା ସଢ଼ା ।


ତିରିଲା ସହିତ ଭୋକ ଶୋଷ ଭୁଲି

ମାଟି ସଙ୍ଗେ ହେଲି ମାଟି,

ହଳ କରି ଘାସ ବାଛି କୋଡ଼ି ଖୋସି

ପାଣି ଦେଲି ପୁଣି ଛାଟି ।


କେତେଦିନ ପରେ ପରିବା ଫଳିଲା

ଉସତ ହୋଇଲା ମନ, 

ନ ଖାଇ ହାଟକୁ ନେଇ ଆସିଅଛି

ପାଇବାକୁ କିଛି ଧନ ।


ହାକିମ ଭଳିଆ ଦିଶୁଅଛ ତୁମେ

ମୂଲଚାଲ କିଆଁ କର, 

ଏଇ କିଛି ଟଙ୍କା ଅଧିକ ଦେଲେ କି

ହୋଇବ ଗରିବ ନର ।


ସେଇ ପଇସାରେ ଭଲ ଚିଜ କିଛି

ନେବି ମୋ ପିଲାଙ୍କ ପାଇଁ,

ସଅଳ ଏତକ ବିକିଦେଲେ ସିନା

ଯିବି ତାଙ୍କ ପାଶେ ଧାଇଁ ।


ପରିଶ୍ରମ କଥା ହେଜ କରି ମୋର

ଦିଅ ଯା' ପାଉଣା ଦେବ,

ଠାକୁରେ ଚାହିଁଲେ ଆର ବରଷକୁ

ଆହୁରି ପରିବା ହେବ ।


Rate this content
Log in

Similar oriya poem from Action