STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ଶିବ ରାତ୍ରୀ ଜାଗର

ଶିବ ରାତ୍ରୀ ଜାଗର

1 min
290


ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ

ପାଳନ ହୁଏ ପବିତ୍ର ମହା ଶିବରାତ୍ରୀ ॥

ସବୁଠି ଆନନ୍ଦ ପ୍ରୀତି ପ୍ଲାବନ ଛୁଟଇ

ହରଷ ଚିତ୍ତରେ ଜନେ ଶିବ ଉପାସନ୍ତି  ॥

ଶିବ ହିଁ ମଙ୍ଗଳମୟ ଅନାଦି କାରଣ

ମହା ଶିବରାତ୍ରୀ ତାଙ୍କ ଶ୍ରେଷ୍ଠ ପର୍ବ ମାନ  ॥

ଯାହାର ଯେ ଅନ୍ଯ ନାମ ଅଟଇ ଜାଗର

ଜାଳନ୍ତି ଦିପାଳୀ ଜନେ ରହି ଉଜାଗର  ॥

ଉପବାସ ରହି ଦିନେ ଶିବଙ୍କର ପାଇଁ

ମହା ମହେଶଙ୍କ ତୂପ୍ତି ବିଧାନ କରନ୍ତି  ॥

ପାଳିଲେ ଜାଗର ମାନି ନୀତି ଓ ନିୟମ

ଅଚିରେ ପୂରଣ ହୁଏ ଜାଣ ମନସ୍କାମ   ॥

ଅଭିଷ୍ଟ ସିଦ୍ଧିର ଅର୍ଥେ ଜନତା ସକଳେ

ଆଡମ୍ବରେ ଉପାସନ୍ତି ଯେ ଡମ୍ବରୁ ଧରେ  ॥

ଶିବ ବରେ ହେବାପାଇଁ ଜନେ ବଳିୟାନ

କରିଥାନ୍ତି ଭକତଏ ଅସାଧ୍ୟ ସାଧନ  ॥

ଭକ୍ତିଚିତ୍ତେ ନୈବେଦ୍ଯ ଅର୍ପି ଶିବପଦେ

ଭକତେ ନମନ୍ତି ଅତ୍ଯନ୍ତ ଉନ୍ମାଦେ  ॥

ପାଳନରେ ଶିବରାତ୍ରୀ କ୍ଷୟ ମହାପାପ

ଲାଭହୁଏ ଜାଣ ପୂଣ୍ୟ ଅଜସ୍ର ଅମାପ  ॥

ଭକତି ଅନ୍ତରେ ଯେହୁ ଭଜଇ ହରଙ୍କୁ

ଉଜାଗରେ ପାଳିଥାଏ ଏଇ ପରବକୁ  ॥

ପର୍ବତ ପ୍ରମାଣ ତା'ର ପାପରାଶି ‐ତୂଳା

ଶିବଙ୍କ ପ୍ରସାଦେ ଦଗ୍ଧ , ଆନନ୍ଦରେ ବେଳା ॥

ଜପଇ ସେ ଜନ ଜାଣ , ତାକୁ ସର୍ବେଭୟ

କରିଥାନ୍ତି ରହେ ସେହୁ ସର୍ବଦା ନିର୍ଭୟ ॥




Rate this content
Log in

Similar oriya poem from Action