STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ନିରୁଦ୍ଦିଷ୍ଟ ନିଜ ଭିତରେ

ନିରୁଦ୍ଦିଷ୍ଟ ନିଜ ଭିତରେ

1 min
389


କୋଳାହଳର ବିଶାଳ ଦୁନିଆ

କେତେକେତେ ବଡ଼ବଡ଼ ବାଲିଯାତ୍ରା

ଭାରତେ ବିରାଟ ବିରାଟ କୁମ୍ଭମେଳା

ପ୍ରତିଟି ସହରେ ପ୍ରଦର୍ଶନି ମାଳମାଳ

କୋଉଠି ନାହିଁ ସେ କୋଉଠି ନାହିଁ 

ସେ ହଜିଛି କେଉଁଠି, ଅଜଣା କାଳ, 

ସେ ବଞ୍ଚିଛି ଏହା ସନ୍ଦେହ ଭିତରେ

ତା'ର ଶରୀର ତ ଅଛି ସତରେ

ନିରୁଦ୍ଦିଷ୍ଟ ସେ ନିଜ ଭିତରେ, 


ନା' କୌଣସି ପୋଲିସ ଖୋଜିପାରିବ

ଅବା କୌଣସି ଗୁଇନ୍ଦା ସଂସ୍ଥା

ସେ ଅପରିଚିତ ପ୍ରାୟ ଅଚିହ୍ନା ପରି

ସେ ନିଜେ ହିଁ ଜାଣେ ତା ଅବସ୍ଥା,

ତୁମେ ଦେଖିଛ କି କେବେ ତାକୁ

ତା' ନିଜ ଭିତରେ, ନିଜ ସହ

କଥା କହେନି ସେ ତୁମେ ଶୁଣିଛ କି

କାନ୍ଦେନି ସେ ତା' ଲୁହ ଦେଖିଛ କି

ତାକୁ ବୁଝାଇପାରିବ କି କାହିଁକି ମୋହ, 


ସ୍ୱ-ଆତ୍ମାର ଚିତ୍ରରେ ରଙ୍ଗ ବୋଳେ ସେ

କଳାଧଳା ରଙ୍ଗ କେବେ କେବେ 

ଗାଢ ନାଲି ରଙ୍ଗ ଯାହା ବିପଦର

ନିଜେ ନିଜକୁ ଉପାୟ ଅଛି କି ଖୋଜିବାର

କିଏ କହିପାରିବ ତାହା କିଏ ଜାଣିଛି

ସେ ହସୁଛି ଅବା ସୁଖରେ ଅଛି

ପ୍ରଚଣ୍ଡ ଗ୍ରୀଷ୍ମ ତଥାପି ଓଦା ତା' ଆଖି

କିଏ ପଢିପାରିବ କି ତା'ର ଭାବନା

କିଏ ବୁଝିପାରିବ କି ଅର୍ଥ ତା'ର ଶବ୍ଦର,


ପ୍ରକୃତରେ ନିରୁଦ୍ଦିଷ୍ଟ ମଣିଷ ମିଳେ କି

ନା ଶରୀର ହିଁ ମିଳେ ରୂପରଙ୍ଗର..!! 

ଅଜସ୍ର ପ୍ରଶ୍ନ ତାକୁ ଆକ୍ରମଣ କରେ

ପ୍ରତି କ୍ଷଣ ପ୍ରତି ଦୁର୍ଦ୍ଦଷ ମୁହୁର୍ତ୍ତରେ, 

ତ୍ଯାଗ, ବିବେକ, ଧର୍ମ, କର୍ତ୍ତବ୍ୟ ଓ କର୍ମ

ସମୟ, ସୀମା, ଗୁଣ, ଦୋଷ ଓ ବୟସ

ଅଙ୍କ କଷେ ନିଜ ଯୋଗ୍ୟତାର ବିନା ସୂତ୍ରରେ, 

ସେ ହଜିଛି ନିଜ ଭିତରେ ନିଜ ମନରେ

କାହିଁକି କେବେ କେମିତି କେତେ ପ୍ରଶ୍ନ

ସମୟ ଦେଇପାରିବନି ଉତର ଏହାର

ହଜିବାର ଠିକଣା ବି ଲିଭିଯିବ କାନ୍ଥରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract