STORYMIRROR

Chittaranjan Nanda

Abstract Action

4  

Chittaranjan Nanda

Abstract Action

ଭାଷାରେ ମେଘନାଦ ପାଚେରୀ ତୋଳିବା କି

ଭାଷାରେ ମେଘନାଦ ପାଚେରୀ ତୋଳିବା କି

1 min
337


ମୁଁ ଶ୍ରେଷ୍ଠ 

ମୋ ଭାଷା ଶ୍ରେଷ୍ଠ 

ଏହା ତ ସମସ୍ତେ କହିବେ, 

କାରଣ ତାହା ମାତୃଭାଷା,

ମଣିଷ ହିସାବରେ ମୁଁ ରହିଛି ଏଇ ପୃଥିବୀରେ,

ତାହା କେବଳ ମୋ ଭାଷା ଯୋଗୁ,

ମୁଁ ପୃଥିବୀର ବହୁ ଭାଷା ଜାଣିନି,

ନଜାଣିଥିବା ଭାଷାମାନେ ବି କାହାର ମାତୃଭାଷା,

ମଣିଷ-ନିର୍ମାଣରେ ରତ ରହିଛନ୍ତି ସେମାନଙ୍କ ମାତୃଭାଷା,

ମୁଁ ମୋ ମାତୃଭାଷା ଓଡିଆକୁ ଯଦି ପ୍ରକୃତ ଭଲ ପାଏ,

ତେବେ ଅନ୍ୟ ଭାଷାକୁ ପର ଅପର କିପରି ଭାବିବି?

ଭାଷା ତ ଭାଷା,

ତେବେ ମେଘନାଦ ପାଚେରୀ ତୋଳିବା କାହିଁକି?

ଯେତେବେଳେ ମଣିଷ ପରି ବଂଚିବାକୁ ହେଲେ,

ସରବ ଭାଷା ଜାଣିବା ନିହାତି ଜରୁରୀ,

ଏ ସତ୍ୟକୁ ଭୁଲିବା କିପରି?


ପ୍ରତ୍ୟେକ ମଣିଷର,

ସଦା ମୁକ୍ତ ସତେଜ ପବନ ଲୋଡା,

ମୁକ୍ତ ମନରେ ବୁଲିବାକୁ,

ସମାନତା ଭାବ ଦେଖେଇବାକୁ

ଦରକାର ପଡେ ସରବଙ୍କୁ,

ଅମାନିଆ ଫମ୍ପା ମାଠିଆରେ,

ଅବୁଝା ମନରେ,

ଫମ୍ପା ଗରବ ସୃଷ୍ଟି କରି ନିଜ ମନରେ,

ଦୋଷ ତୃଟି ଦୁର୍ବଳତା କୁ ନଜାଣି,

ମାତୃଭାଷାର ପରିଧିକୁ ନଜାଣି,

ମାତୃଭାଷା ଓଡିଆକୁ ଯଦି ପ୍ରକୃତ ଭଲ ପାଏ

ଅନ୍ୟ ଭାଷା ବିରୁଦ୍ଧରେ ସ୍ବର ତୋଳି ପାରିବ କି କିଏ?

ଏହା ଏକ ବିଦ୍ବେଷ ଭାବନା ନୂହଁ କି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract