STORYMIRROR

Pratima Satpathy

Action

4  

Pratima Satpathy

Action

ସମ୍ପର୍କ

ସମ୍ପର୍କ

1 min
323


ସମ୍ପର୍କ ଅଟଇ ତିନୋଟି ଅକ୍ଷର

     ବହୁତ ମହତ୍ୱ ତାର

ତାହାକୁ ଗୁରୁତ୍ୱ ଦିଏନି ମନୁଷ୍ୟ

     ହୋଇଯାଏ ସ୍ୱାର୍ଥପର.

ସ୍ନେହ, ମମତା ର ଅତୁଟ ବନ୍ଧନ 

     ଏହି ସମ୍ପର୍କ ଅଟଇ 

ଅହଙ୍କାର, ଜିଦ, ପାଖରେ ରହିଲେ

   ନିଜ ଯାଏ ପର ହୋଇ.

ସମ୍ପର୍କ ର ଚାବି ପ୍ରେମର କାଠିରେ

    ଖୋଲି ହୁଏ ସହଜରେ

ସ୍ନେହରେ ଦିପଦ କଥା ହୋଇଗଲେ

   ଅଭିମାନ ଯାଏ ଦୂରେ.

ସମ୍ପର୍କ ସେତୁରେ ସ୍ନେହର ବାଲି ଓ

    ଶ୍ରଦ୍ଧା ର ସିମେଣ୍ଟ ଦେଇ

ମମତା କଂକ୍ରିଟ, ସହନଶୀଳତା

   ଲୁହାଛଡ଼ ଥିବ ରହି.

ସବୁଠୁ ମଜଭୂତ ସତ୍ୟର ନୀରରେ

   ଏହାକୁ ଗୋଳାଇଥିବ

ମନୁଷ୍ୟ ତ ଛାର, ଦେବତାଙ୍କ ଦ୍ୱାରା

    ସମ୍ପର୍କ ଯେ ନ ଭାଙ୍ଗିବ.

କିଛି ଲୋକ ରହିଛନ୍ତି ଦୁନିଆଁ ରେ

   ମିଥ୍ୟାରେ ଲଗାନ୍ତି କଳି

ସେମାନଙ୍କ ଠାରୁ ରହିବ ଦୂରରେ

   ଆପେ ଯିବେ ସେ ଝାଉଁଳି.

ଆଜିର ଜୀବନ କାଲିକୁ ନ ଥିବ

   ଦମ୍ଭ, ଗର୍ବ କାହିଁ କର 

ବଡ଼ିମା ଦେଖାଇ କିଛି ଲାଭ ନାହିଁ

    ଲୋକ ହସା ହେବା ସାର.

ସମସ୍ତଙ୍କ ପାଇଁ ଛ ଖଣ୍ଡ ବାଉଁଶ

   ହୋଇଥାଏ ଦରକାର

ମହାରାଜା,ପ୍ରଜା, ଦରିଦ୍ର ଭିକାରି

    ଫକୀର କିବା ଅମୀର.

ଏକତା ମନ୍ତ୍ର କୁ ଶହେ ଆଠଥର

    ମନେ ମନେ ଥାଅ ଘୋଷି

ତୁମ ହାତ ମୁଠା ହେବ ମଜଭୂତ

   ସାହା ହେବେ ବ୍ରହ୍ମରାଶି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action