STORYMIRROR

ବି. ନିରୁପମା

Action Classics Inspirational

4  

ବି. ନିରୁପମା

Action Classics Inspirational

ନୁହେଁ କେ ରଖନ୍ତା ଆଉ

ନୁହେଁ କେ ରଖନ୍ତା ଆଉ

1 min
266


କିଏ ସେ କହୁଛି ପଦ ସ୍ପର୍ଶ କଲେ

କଳା ହରି ନେବ ବୋଲି,

ପଦ୍ମପାଦ ଦିଅ, ବିଦୀର୍ଣ୍ଣ ହୃଦୟେ

ଲଗାଇ ଚୁମିବି ଖାଲି ।

ଜୟ କୃଷ୍ଣ ବୋଲି, ବୋଲି।


ଜଗତ କରତା ହୋଇ ବି ପୃଥିବୀ

ମାତାଙ୍କ ବିନତୀ ଶୁଣି,

ଏ ଧରା ବକ୍ଷରେ ଅବତାର ନେଲ

ଦୟାମୟ ବେଣୁପାଣି ।


ଅଶେଷ ସଙ୍କଟ ସମସ୍ୟାକୁ ତୁମେ

ସମ୍ମୁଖୀନ ହୋଇ ହରି,

ଧର୍ମ ସଂସ୍ଥାପନ କରିଗଲ ପରା

ଅଧରରେ ହାସ ଭରି ।


କେତେ ଅପବାଦ, ଲାଞ୍ଛନା ସହିଛ

କହିଲେ ସରିବ ନାହିଁ,

ଦୂତ ସାଜି ଗଲ ହସ୍ତିନାପୁରକୁ

ଶାନ୍ତିର ପ୍ରତିଷ୍ଠା ପାଇଁ ।


କୌରବ ପତି ବାସ ହରିଲା ମୋ

ଯେତେବେଳେ ସଭାରେ ନାଥ,

ତ୍ରାହି କୃଷ୍ଣ ବୋଲି ଉଚ୍ଚାରଣ ମାତ୍ରେ

ତୋଳି ଦେଲ କୋଟି ବସ୍ତ୍ର ।


ତୁମ ଅଙ୍ଗୁଳିର କ୍ଷତ ଦେଖି ଦିନେ

ଅତୀବ ଅଧୀରା ହୋଇ,

ପଣତ ଚିରି ମୋ ବାନ୍ଧିଥିଲି ସତେ

ଭୁଲି ନାହଁ ପ୍ରଭୁ ହୋଇ ।


କେତେ ଦୁଷ୍ଟ ନାଶି ଧରଣୀ ଉଶ୍ୱାସ

କରିଅଛ ମହାବାହୁ,

ପାଣ୍ଡବଙ୍କୁ ସର୍ବ ସଙ୍କଟୁ ରଖିଛ

ନୁହେଁ କେ ରଖନ୍ତା ଆଉ ।


ତୁମ ଦୁର୍ଦ୍ଦଶା କାଳରେ କେମିତି

ଦୂରେଇ ରହିବି କୁହ,

ହାତରେ ଆଉଁଶି, ଲହୁ ପୋଛିଦେବି

ଆଖିରୁ ନିଗାଡ଼ି ଲୁହ ।


ମନା କରନା ହେ ମୋହନ ମୁରାରୀ

ହସି ଲୁଚାଅନା ବ୍ୟଥା,

ବାହୁଡ଼ିବ ଏବେ ତୁମରି ଧାମକୁ

ଜାଣେ, ନୁଆଉଁଛି ମଥା ।




Rate this content
Log in

Similar oriya poem from Action