STORYMIRROR

Sunanda Mohanty

Abstract Romance Action

4  

Sunanda Mohanty

Abstract Romance Action

ପ୍ରେମ

ପ୍ରେମ

1 min
226


ମହମହ ବାସ୍ନାରେ ବିକଶିତ ଯୌବନରେ

ଶିଉଳି ପାହାଚ ଚଢିବା ନିଶା

ଆତ୍ମହରା ସାମୁଦ୍ରିକ ସଂଗୀତରେ

ଜଳତରଙ୍ଗ ମାପିବାର ପେଶା

ପ୍ରେମ ଫୁଟାଏ କାକଟସ ଫୁଲ

ଅଳସ ଅପରାହ୍ନ ମନର ମରୁଭୂମିରେ

କେବେ ପ୍ରେମ ପ୍ରାପ୍ତି ସୂତ୍ରରେ

ଖୋଜୁଥାଏ ପୁରୁଣା ଡ଼ାଏରୀରେ

ତତଲା ଲୁହରେ, ପ୍ରେମର ଅକ୍ଷାଂଶ, ଦ୍ରାଘିମା

ପ୍ରତିଟି ନାରୀ ପାଇଁ ପ୍ରେମିକ ତା ଶାହାଯାହାନ

ଯିଏ ଗଢିପାରେ ତାଜମହଲ ପରି ଶବ୍ଦ ମହଲ

ଯୋଉ ମହଲରେ ହୁଏ ପ୍ରେମ ଫଗୁ ଖେଳ 

ପୁରୁଷର ପ୍ରେମ କେବେ ମିଛ କାହାଣୀ,

ବୁଢ଼ୀ ଅସୁରୁଣୀ, ନିଜେ ସତ ଶବ୍ଦର

ଯାଦୁଗର ବନି ଦିଏ ପ୍ରତିଶ୍ରୁତି 

ପ୍ରଜାପତିର ଡେଣାରେ ପ୍ରେମ କବିତା ଲେଖି

ବର୍ଷାର ପ୍ରତିଟି ସନ୍ଧ୍ୟାରେ ଆବେଗ ଉଦବେଗ ସାକ୍ଷୀ

ପ୍ରଜାପତିଙ୍କ ଆଖିରେ ପ୍ରେମ କବିତା ଶବ୍ଦ ଯୋଖି

ସିଗାରେଟ ଧୂଆଁ କୁଣ୍ଡଳୀରେ ପ୍ରେମ କବିତା ଦେଖି

ପ୍ରେମ ସତରେ ଉଦବିଗ୍ନ ଏକ ନାଲି ଗୋଲାପ କଢି

ଜଳତରଙ୍ଗର କୁନି କୁନି ଦେଉରେ ପ୍ରସ୍ଫୁଟିତ ବଢ଼ି

ପ୍ରେମ ଖିଆଲି ମନର ନିରୁଦିଷ୍ଟ ଵାକ୍ୟାଂଶ

ପ୍ରେମ ଅଫୁରନ୍ତ ଜୁଆରର ଅନିର୍ଦିଷ୍ଟ ତାରିଖ

ପ୍ରେମ ବିଗଗ୍ଧ ମୌସୁମୀର ପଥଭ୍ରଷ୍ଟ ପଥିକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract