STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
344


ଶ୍ରୀ ଶ୍ରୀ ଅକ୍ଷରରେ ଲକ୍ଷ୍ମୀ ଭକ୍ତି ପ୍ରୀତି

       ଶୋଭା ପ୍ରଦାୟିନୀ ଶକ୍ତି

ସଂସାର କାରିଣୀ ଶକତି ରୂପରେ

        ବିଦ୍ୟମାନ ଯଥା ରୀତି।

ଜ ସୂଚାଉ ଅଛି ଜନ୍ମ କେନ୍ଦ୍ର ସ୍ଥଳ

        ସର୍ବ ଦେବତା ଉତ୍ପତ୍ତି

ଜଗନ୍ନାଥ ମୂର୍ତ୍ତୀ ଆପେ ଜନ୍ମ ଲଭି

        ଜଗନ୍ମୟ ସେହି ଜ୍ୟୋତି।

ଗ ର ଅର୍ଥକୁ ଯେ ଧରି ନେବା ଆମେ

        ଗଭୀର ଗୁହ୍ୟ ଅନନ୍ତ

ସିଏ ତ ଅଟନ୍ତି ଗୋଲକ ବିହାରୀ

        ଦୁଃଖୀ ଦୁଃଖ ସନ୍ତାପିତ।

ନ୍ନା ହିଁ ନିର୍ବିକଳ୍ପ ବ୍ରହ୍ମ ନିରାକାର

       ନିତ୍ଯ ନିର୍ମାୟା ନିର୍ମଳ

ନର୍କ ନିସ୍ତାରଣ ଅବିନାଶୀ ପ୍ରଭୁ

       ନିରୀହର ଅତି ବଳ।

ଥ ଯେ ବୁଝାଉଛି ଧର୍ମ ସୁଦର୍ଶନ

       ଅର୍ଥ କାମ ମୋକ୍ଷ ସ୍ଥାନ

ସ୍ଥାବର ଜଙ୍ଗମ ଅଷ୍ଟାଦଶ ସିଦ୍ଧି

        ସର୍ବ ପ୍ରାଣୀ ହିତେ ଜାଣ।

ଶ୍ରୀ ଜଗନ୍ନାଥଙ୍କ ଶରଣ ନିଏ ମୁଁ

       ଦିବା ରାତ୍ର ଏ ସଂସାରେ

ହେ ଆରାଧ୍ୟ ଦେବ ଶୁଣିବ ଗୁହାରୀ

       ଏଇ ଭିକ୍ଷା ଶ୍ରୀ ପୟରେ ।



Rate this content
Log in

Similar oriya poem from Action