STORYMIRROR

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ହେ ଶକ୍ତିରୂପା

ହେ ଶକ୍ତିରୂପା

1 min
334


ସହିବାର ଟପିଗଲେ ସୀମା

ଲୁହ ପରିବର୍ତ୍ତିତ ହୁଏ ଲୁହାରେ

କୋହସବୁ ଏକାଠି ହୋଇ ହୁଏ ଶକ୍ତିପୁଞ୍ଜ

ନୀରବତା ଦୁର୍ବଳତା ନୁହେଁ

ସରଳତା ଦୁର୍ବଳତା ନୁହେଁ

ଆତ୍ମବିଶ୍ୱାସରେ ଥାଏ ଜୀବନର ମଞ୍ଜ, 


ନାରୀ ବୋଲି ସ୍ତ୍ରୀ ବୋଲି

କାହିଁକି ସହିଚାଲିବ ତୁମେ ଯୁଗଯୁଗ ଧରି

ଅସ୍ତିତ୍ବ ତୁମର ବି ଅଛି

ମାନ, ମର୍ଯ୍ୟାଦା, ସମ୍ମାନ ତୁମର ବି ଅଛି, 

ସବୁ ପ୍ରଶ୍ନ କାହିଁକି ନାରୀ ପାଇଁ

ସବୁବେଳେ ସେ କାହିଁକି ଉତ୍ତରଦାୟୀ

ସେ ତ ଆକାଶ ଛୁଇଁଲାଣି

ସେ ତ ମଙ୍ଗଳକୁ ଗଲାଣି

ତଥାପି ଅବହେଳା, ଉପେକ୍ଷା, ଅଣଦେଖା, 


ସେ ଆଉ ସହିବନି

ରୋଷେଇ ଘରେ ମୁହଁ ଲୁଚେଇ କାନ୍ଦିବନି

ଅନ୍ୟକୁ ବଞ୍ଚାଇ ଆଉ ହେବନି

ମିଛରେ ମିଛରେ ନିଜେ ଦୋଷୀ

ଅନେକ ତ୍ୟାଗ ପରେ ବି

ଅନେକ ସମର୍ପଣ ପରେ ବି

ସେ କାହିଁକି ପାଉଥିବ ପ୍ରତିକ୍ଷଣେ ଫାଶି, 


ସତ କହିବ ସେ କେବଳ ଶୁଣିବନି

ଅତ୍ଯାଚାରର ସୀମା ଟପିଲେ

ସେ ମଧ୍ଯ ଦେଖାଇବ ଶକ୍ତି, ସାମର୍ଥ୍ଯ

ସମ୍ମୁଖକୁ ଆସିବ ସେ 

ଆଉ ଲୁଚି ରହିବନି ଘର କୋଣେ

ସେ ବି କହିବ ଉଚ୍ଚ ସ୍ୱରରେ

ଆବଶ୍ଯକ ପଡ଼ିଲେ ସେ ଉଠାଇବ ଅସ୍ତ୍ର 

ସମୟ ବଦଳିଛି ଶିକ୍ଷିତ ସେ 

ଆତ୍ମନିର୍ଭରଶୀଳ ସେ ଆଜି

ସେ ଆଉ ଡରିମରି ବଞ୍ଚିବନି

ଆପଣାଇନିଅ ତାକୁ ନାଟୀଟିଏ ମା' ଟିଏ ସେ

ସେ ଆଉ ବିନା ଲଢେଇରେ ହାରିବନି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action