ଆମ ଭାଷା ଆମ ମାଆ ପରି
ଆମ ଭାଷା ଆମ ମାଆ ପରି
ଜନମ ହୋଇଲି ଧରିତ୍ରୀ ଛୁଇଁଲି
ଡାକିଥିଲି କୁଆଁ କୁଆଁ ।
ମାତୃଭାଷା ଜ୍ଞାନ ମନରେ ସ୍ପନ୍ଦନ
କିଏ ଜଗାଇଲା ଆହା ।
ଅବୋଧ ଅଜ୍ଞାନ ଅବୁଝା ନୟନ
ବୁଝିନଥିଲି ମୁଁ କିଛି ।
ତଥାପି ତୁଣ୍ଡରେ ମାତୃଭାଷା ଜ୍ଞାନ
ବିଧାତା ସରଜି ଅଛି ।
ମାଆ ମାତୃଭାଷା ମନେଭରେ ତୃଷ୍ଣା
କି ଅମୃତ ସେହି ଶଦ୍ଦ ।
ଡାକିଦେଲେ ଥରେ ଆତ୍ମତୃପ୍ତି ଭରେ
ଭାଷାରେ ଅଛି ଆନନ୍ଦ ।
ଏହି ଆମଭାଷା ପବିତ୍ର ଓଡ଼ିଶା
ସୁନ୍ଦର ଓଡ଼ିଆ ଭାଷା ।
ସତେକି,ମଧୁର ଜାହ୍ନବୀର ଧାର
ମୋ,ଶରୀରରେ ଭରେ ଆଶା।
ଫକୀର ମୋହନ ତ୍ଯାଗୀ ଗୋପବନ୍ଧୁ
କେତେକେତେ କବିରତ୍ନ ।
ଓଡ଼ିଆ ଭାଷାର ପ୍ରସାର ପାଇଁକି
କରିଥିଲେ ବହୁଯତ୍ନ ।
ରାଧାନାଥଙ୍କର ଅମ୍ଳାନ ଲେଖନୀ
ଓଡ଼ିଆର କଥାକହେ ।
ମଧୁସୂଦନଙ୍କ ଓଡ଼ିଆର ଭାଷା
କୋଟି ଜନମନ ମୋହେ ।
ବିଶ୍ବଦରବାରେ ଆମ ମାତୃଭାଷା
ପାଇଛି ଶ୍ରେଷ୍ଠତ୍ବ ସ୍ଥାନ ।
ମାଆ ମାଟିପାଇଁ ଜୀବନ ଦେବିମୁଁ
ଏହାମୋ,ଜୀବନେ ପଣ ।
ବଙ୍ଗାଳା,ତେଲୁଗୁ,ଗୁଜୁରାଟୀମରାଠୀ
ଯେତେଭାଷା ତୁମେ ଶୁଣ ।
ଓଡ଼ିଆ ଭାଷାର ନିବିଡ଼ ମାଧୁର୍ଯ୍ୟ
ସେନେହ ମମତା ଜାଣ ।
ଆସ ଦେଶବାସୀ ସର୍ବେ ମିଳିମିଶି
ଆମଭାଷା ମାଆପରି।
ରଖିବା ତା,ମାନ ଭାଷାର ସମ୍ମାନ
କିଏ'ହେବ ତାକୁ ସରି ।
ଯେଉଁ ଦେଶେଯାଅ ଯେଉଁଠିବି' ରୁହ
ଓଡ଼ିଆ ବୋଲିଣ କୁହ ।
ଆମେରେ ଓଡ଼ିଆ ଭାଷାମୋ,ବଢିଆ
ଓଡ଼ିଆ ମାଟିର ପୁଅ ।
ଓଡ଼ିଆ ବୋଲିଣ ଗର୍ବରେ ଆମର
ହୁଏ,ଆଜି ବକ୍ଷଷ୍ପିତ ।
ଆମରି ଓଡ଼ିଶା ମୋ,ମାଆର ଭାଷା
ଆତ୍ମାହୁଏ ନିର୍ବାପିତ।
କେବେ ଭୂଲିବିନି ଓଡ଼ିଶା ଜନନୀ
ଆମଭାଷା ଆମ,ମାଆ ।
ଜୀବନ ଦେବାକୁ ପଛାଇବି ନାହିଁ
ରକତେ ଲେଖିଛି ନାଁ ।
ହୃଦୟେ ସ୍ପନ୍ଦନ ସଦା ଗୁଞ୍ଜରଣ
ଜୟ ଭାରତ ମାତା ।
ଜନମ ମରଣ ଗାଉଥିବି ସଦା
ଓଡ଼ିଆ ଭାଷା ର ଗାଥା ।
