STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଭିତର କନିକାରେ ନୌକା ବିହାର

ଭିତର କନିକାରେ ନୌକା ବିହାର

1 min
339


ଚାରୁ ଶୋଭା ମୟ ସୁଷମା

ମନ ନିଅଇ କିଣି,

ମାଆ କୋଡେ ଥିଲେ ଶିଶୁଟି

ସ୍ଵର୍ଗ ଆନନ୍ଦ ଜିଣି।


ପ୍ରକୃତି କୋଡରେ ମଣିଷ

ଥିଲେ ନରୁହେ ଖେଦ,

ପରିବାର ପ୍ରିୟ ଜନଙ୍କ

ସାଥେ ନରଖି ଭେଦ।


ବନ କୁସୁମିତ ଗହଳ

ପତ୍ର ଗଛର ଶୋଭା,

ମଝିରେ ପ୍ଲାବିତ ନାଳାଟି

ଦିବ୍ୟ ସରିତା ଉଭା।


ମୁଣ୍ଡ ଟେକି ଦେଖେ ମଗର

ମୀନ ମାରନ୍ତି ଡିଆଁ,

ମାଆ ପାଖେ ମୃଗ ଶାବକ

କୂଳେ ଅନାଏ କିଆଁ।


ଆମ ଇଲାକାରେ କିଏସେ

ପଶିଆସିଲେ ଲୋକ,

ସବୁ ଖାଇ ପୁଣି ଆମକୁ

ଦେଖି ପେଟରେ ଭୋକ।


ମାଆକୁ କୁହଇ ଚାଲଗୋ

ମତେ ଲାଗଇ ଡର ,

ଜଙ୍ଗଲ ଆମର ରାଇଜ

ସାଙ୍ଗ ସାଥିଙ୍କ ଘର।


ଇନ୍ଧନ ଚାଳିତ ନଉକା

ଗତି ନିକଟ ଦେଖି,

ମାଆ ଛୁଆ ଡିଆଁ ମାରନ୍ତି

ଦେଖି ନପାରେ ଆଖି।


କିଆଁକି ବେରୁଆଁ ଫୁଲରେ

କୂଳ ମଣ୍ଡନ ଧରି,

ହେନ୍ତାଳ ବନର ଶୋଭାକୁ

ନୁହେଁ ବର୍ଣ୍ଣନା କରି।


ଗୋରୀ, ମଜୁଥାଏ ଚେହେରା 

ସାଙ୍ଗ ସାଥିଙ୍କ ମେଳେ

ତୃଣ ଚରୁଥାନ୍ତି ସେପଟେ

ବନ ହରିଣ ଦଳେ।


ଆଗକୁ ଚାଳିତ ନଉକା

ଜୀବ ପରମ ଭେଟ,

ସରିତା ସାଗର ମିଳନ

ସ୍ଵର୍ଗ ଦ୍ଵାରକୁ ବାଟ।


ପାହାଡ଼ ଭିତର ଝରଣା

ପୁଣି ତଟିନୀ ହୋଇ ,

କେତେ ଜୀବ ଜନ୍ତୁ ତାକୋଲେ

ବନ ପ୍ରାନ୍ତର ଧୋଇ।


ଅବିଶ୍ରାନ୍ତ ସେବା କରିଛି

ଆସି ପରମ ସହ ,

ଏକାକାର ହୋଇ ଜାଇଛି

ସ୍ଥିର ନିଶ୍ଚଳ ଦେହ।


ଅନନ୍ତ ଆକାଶ ଉପରେ

ତଳେ ଅଗାଧ ଜଳ,

ଏଖୁଦ୍ର ଜୀବର ପ୍ରଣତୀ

ଦେଖି ଅପୂର୍ବ ବଳ।


ବିଶ୍ଵରୂପ ଦେଖି ଅର୍ଜୁନ

ଭୟ ଆତଙ୍ଗ ସହ,

ଫେରି ଚାଲ ଭାଇ ପଛକୁ

ମନ ଛାନିଆ ଭୟ।


ବ୍ରାହ୍ମଣୀ ବୈତରଣୀ ଧାର 

ମହା ସାଗର ମିଶି,

ତପ ଲବ୍ଧ ମହା ନିର୍ବାଣ

ପାଇ ଅଛନ୍ତି ଋଷି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action