STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଭୋକ

ଭୋକ

1 min
323


ମେଣ୍ଟୁନାହିଁ ସମାଜର ଭୋକ

କାହା ପାଇଁ କ୍ଷମତାର ଭୋକ

କାହା ପାଇଁ ଦେହକାମନାର ଭୋକ

କାହା ପାଇଁ ପେଟର ଭୋକ, 

     ଆଜି ଧନୀ ଖାଇଦିଏ ଗରିବ

     ଆଜି ଗରିବକୁ ଖୁଆଏ ସରକାର

     ଆଜି ସରକାରକୁ ଖୁଆଏ କଳା ବ୍ୟାପାର

     ଆଜି ରାଜନୀତି ଅନୀତିର ନେଇଛି ଆକାର

     ସବୁପରେ ବି ବିଶ୍ୱରେ ଶୋକ ଶୋକ ଶୋକ, 


କାହା ପାଇଁ ଲୋକପ୍ରିୟତାର ଭୋକ

କାହା ପାଇଁ ଅହଙ୍କାରର ଭୋକ

କାହା ପାଇଁ ଅର୍ଥ, ଆଭିଜାତ୍ୟର ଭୋକ

କାହା ପାଇଁ ଆତ୍ମସମ୍ମାନର ଭୋକ, 

     ଆଜି ଦିଶେ ବିଶ୍ୱାସଘାତକର ବଜାର

     ଆଜି ଉଚ୍ଚ ପଦରେ ଅବିବେକୀର ଚିତ୍କାର

     ଆଜି ଅବିଚାର ଜେଲରେ କଏଦୀ ବିଚାର

     ଆଜି କଳାପାଣିରେ ଦଣ୍ଡିତ ସମାଜର ସଂସ୍କାର

     ସବୁପରେ ବି ବିଶ୍ୱରେ ଶୋକ ଶୋକ ଶୋକ, 


କାହା ପାଇଁ ରକତ ବିକିବାର ଭୋକ

କାହା ପାଇଁ ରକ୍ତରେ ଖେଳିବାର ଭୋକ

କାହା ପାଇଁ ଭକତ ନିର୍ମାଣର ଭୋକ

କାହା ପାଇଁ ବସ୍ତ୍ରହୀନ ହେବାର ଭୋକ, 

     ଆଜି କିଛି ପୁରୁଷର ପୁରୁଷତ୍ବକୁ ତିରସ୍କାର

     ଆଜି କିଛି ନାରୀଙ୍କ ନଗ୍ନମନକୁ ଧିକ୍କାର

     ଆଜି ବି କିଛି ମହାନ ପୁରୁଷଙ୍କୁ କୋଟି ନମସ୍କାର

     ଆଜି ବି କିଛି ଶ୍ରେଷ୍ଠ ନାରୀଙ୍କ ପାଦେ କୋଟି ଜୁହାର

     ସବୁପରେ ବି ବିଶ୍ୱରେ ଶୋକ ଶୋକ ଶୋକ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract