କୋମଳ ଶିଶୁ
କୋମଳ ଶିଶୁ
ଶିଶୁ ଅବୟବ ଆହା କି କୋମଳ
କାନ୍ତି ମୟ ସୁଲଲିତ
ପ୍ରତି ପ୍ରାଣେ ନିତି ଦିବ୍ୟ ଅନୁଭୂତି
ସହିତ ଭରେ ଲାଳିତ୍ୟ ।
ମଧୁର ମାଧୁରୀ କୋମଳ ଚାତୁରୀ
ଧରି ମୋହେ ଜନ ମନ
ବିଲୋକନେ ମନେ ପ୍ରଶାନ୍ତି ପ୍ଲାବନେ
ହୃଦୟ କରେ ତଲ୍ଲିନ ।
ଅଙ୍ଗ ଭଙ୍ଗୀ ଠାଣି କେତେ ଯେ କାହାଣୀ
କହଇ ସତେ କି କଥା
ଖିଲି ଖିଲି ହସ ବୁଣି କରେ ତୋଷ
ହଲାଇ ଆପଣା ମଥା ।
ଭଙ୍ଗା ଭଙ୍ଗା ଶଦ୍ଦ ଆହା କି ଆନନ୍ଦ
ଲାଗେ ଶିଶୁ ମାନ ଙ୍କର
କୋମଳ ମଞ୍ଜୁଳ ସୁଶାନ୍ତ ସୁନ୍ଦର
ବେଶ ଦିଶେ ମନୋହର ।
ଆନନ୍ଦ ନିଶ୍ୟନ୍ଦ ଧୀରେ ମନ୍ଦ ମନ୍ଦ
ଠୁକୁ ଠୁଁକୁ ତାଙ୍କ ଚାଲି
କୋମଳ ହାତରେ ପ୍ରଜାପତି ଧରେ
ହସି ହସି ଖିଲି ଖିଲି ।
ଚାରୁ ହାସ ଭାସ ସ୍ନେହ ସୁପ୍ରକାସ
କମନୀୟ ପ୍ରଦର୍ଶନ
ପ୍ରତିଟି ମଣିଷ ଜୀବନେ ପବିତ୍ର
ଉତ୍ସାହ ଚିନ୍ତନ ଦାନ ।
ମିଳି ଥାଏ ନିତି ଟିକି ଶିଶୁ ଠାରୁ
ଜାଣିବାକୁ ବହୁ କଥା
ବଡ ମାନଙ୍କୁ ସେ ପ୍ରଣାମ ଜଣାନ୍ତି
ନୁଆଁଇ ଆପଣା ମଥା ।
