ସତ୍ଯବତୀର ଲୁହେ
ସତ୍ଯବତୀର ଲୁହେ
ଦ୍ରୌପଦୀ ଲୁହରେ କୌରବ ଧ୍ୱଂସ
ସୀତା ଲୁହେ ଛାରଖାର ସ୍ୱର୍ଣ୍ଣ ଲଙ୍କା
କନ୍ଦାଅନି ତାକୁ ଝରାଅନି ତା' ଲୁହ
ଭାରି କଷ୍ଟଦିଏ ତାକୁ ତା'ର କୋହ
ତାକୁ ସମ୍ମାନ ଦିଅ ଆଉ ଇଜ୍ଜତ ଦିଅ
ସେ ଗଢିବ ପରିବାର, ସମାଜ ସ୍ନେହେ
କଷ୍ଟ ଯନ୍ତ୍ରଣା କଷଣ ଦିଅନାହିଁ ତାକୁ
ଲକ୍ଷ୍ମୀଛଡ଼ା ହୋଇଯିବ ତା'ର ଲୁହେ,
ସେ କେବଳ ନୁହେଁ ଏକ ସୁନ୍ଦର ଦେହ
ତା' ଦେହରେ ଅଛି ଆତ୍ମା, ସରଳ ମନ
କେବଳ କାହିଁ ସେ ପିଇବ ବେଦନା ବିଷ
କାହିଁ ତା' ଭାଗ୍ୟରେ ନାହିଁ ମଧୁ, ପିୟୁଷ
କାହିଁକି କେବଳ ସେ ସହିବ ଅପମାନ
ତାର ବି ଅଛି ଆତ୍ମସମ୍ମାନ, ସ୍ୱାଭିମାନ
ଯୁଗଯୁଗ ଧରି ସ୍ତ୍ରୀ କାହିଁ ଅପମାନ ସହେ
ସର୍ବନାଶ ହେବ ତୁମେ ସତ୍ୟବତୀ ଲୁହେ,
ସେ କାନ୍ଦିଲେ କାନ୍ଦିବ ସାରା ସମାଜ
ସେ ଚାହିଁଲେ ସାରା ଜଗତ ବିଭାଜ
ନୀରବତା ତା' ଶକ୍ତି ଦୁର୍ବଳ ନୁହେଁ ସେ
ଆଦରି ନେଲେ ପୂଣ୍ୟା, ସମ୍ପୂର୍ଣ୍ଣା ସେ
ଥରହର ହେବ ତୁମ ଦୁନିଆ ଆକାଶ
ତା' ନିଶ୍ୱାସେ ହୋଇପାର ସର୍ବନାଶ
ମା' ଲକ୍ଷ୍ମୀ ସେ ଜଗତେ ମଣିଷ ଦେହେ
ନଷ୍ଟ ନ ହେଉ ଧରା ସତ୍ଯବତୀର ଲୁହେ,
ପ୍ଲାଷ୍ଟିକ ଅବା ମାଟିର କଣ୍ଢେଇ ନୁହେଁ ସେ
ଯେବେ ଯାହା ଚାହିଁବ କରିବ ବ୍ୟବହାର
ଅଛି ତା'ର ବି ଅଛି ଆଶା, ସ୍ୱପ୍ନ, ଅସୁମାର
ଚାହେଁ ସେ ମଧ୍ଯ କରିବ ସବୁ ସ୍ୱପ୍ନ ସାକାର
ପ୍ରତିକ୍ଷଣେ ଲୁହ ସହ କାହିଁକି ବଞ୍ଚିବ କୁହ
ପ୍ରାଣ ଅଛି ତା'ର କେବଳ ନୁହେଁ ସେ ଦେହ
ଭୁଲ୍ ନଥାଇ ବି ସେ ନାରୀ ଅପମାନ ସହେ
ମିଥ୍ଯା ହାରିଯିବ ଦିନେ ସତ୍ଯବତୀର ଲୁହେ।
