ଅଭିମାନ .................
ଅଭିମାନ .................
ଆରେ ତୁମ କଣ କିଛି ବୁଝି ପାରୁନାହଁ
ମୋର ଏତେ ଯନ୍ତ୍ରଣା ଓ ବେଦନାକୁ ଦେଖି
ସବୁ ଏହି ଛାତିରେ ମୁଁ ଜାବୁଡି ଧରିଛି
ଖାଲି କୋହ ହୋଇ ସବୁ ଦାବି ରହିଛି |
କେତେ କେତେ କୋହକୁ ଏବେ ଚାପି ଧରିବି
କେତେ ଦୁଃଖ ଆଉ ଯନ୍ତ୍ରଣା ସହିବି
କେତେ ଆଉ ହସିବାର ମିଥ୍ୟା ନାଟକ କରିବି
ଆଉ ଆଖୁର ଲୁହକୁ ଆଖିରେ ମାରିବି ?
ଯଦି ଏତେ ସବୁ କରିବାର ଥିଲା ମନ
ତେବେ କାହିଁକି କରିଥିଲ ଦେବା ନେବାର ପ୍ରହସନ
କାହିଁକି ସେହି ଦେବା ନେବାରେ ଭୁଲିଲ ସମ୍ମାନ
ଆଉ ଏହି ମନରେ ଭରିଦେଲ,ଏତେ ଅଭିମାନ ?
ଏହି ଅଭିମାନ ମୋର ସବୁ ଲୁଚାଇ ରଖିଛି
ସେଥିପାଇଁ ଛାତିରେ କୋହ ହୋଇ ସିଏ ଉଠୁଛି
ବେଳେ ବେଳେ ଅଭିମାନ ମୋତେ ପ୍ରଶ୍ନ କରୁଛି
ଏହି କୋହ କାହିଁପାଇଁ ଲୁହ ନ ହେଉଛି ?
ଅଭିମାନର ପ୍ରଶ୍ନ ଶୁଣି କୋହ ଦେଖୁଥାଏ
ଆଖିରେ ଲୁହ ହୋଇ ସିଏ ଭରିଯାଏ
କିନ୍ତୁ ,ବୋହି ନପାରି ଆଖିରେ ଶୁଖିଯାଏ
ତା ଦୁଃଖ ବୁଝିବ ଭଲା କାହିଁକି କିଏ ?
ଅଭିମାନ କିଛି ଆଉ ପ୍ରଶ୍ନ ବା କେମିତି କରିବ
କେ ବା ତାକୁ ସବୁ ଉତ୍ତର ଦେବ
ଏଇ କୋହ କେବେ ଲୁହ ହୋଇ ବହିବ
ଯନ୍ତ୍ରଣାର କିଛି ଉପଶମ ତେବେ ହେବ !
ଅଭିମାନକୁ ଦେଖି ମନ କହେ ,କାହିଁକି ଭୁଲୁଚୁ
ତୁ ତ ସେହି ମିଥ୍ୟା ଆଉ ପ୍ରତାରଣାରୁ ଜନ୍ମିଛୁ
ପ୍ରତିଶୃତିର ବାହାନାରେ ଖାଲି ଧୋକା ପାଇଛୁ
ସ୍ବପ୍ନ ଦେଖି ମାୟାଜାଲେ ଛନ୍ଦି ହୋଇଛୁ |
ଅଭିମାନ ବୁଝିପାରି ଭାବେ ,ସବୁ ସହିବାକୁ ହେବ ,
ଏହି କୋହକୁ କୋହ ହୋଇ ରହିବାକୁ ହେବ
ଲୁହ ହୋଇ କେବେ ଆଖିରୁ ସିଏ ନ ଝରିବ
ଦୁଃଖ ଯନ୍ତ୍ରଣା ସବୁ ସହି ,ଖାଲି ଟିକେ ଟିକେ ହସୁଥିବ |
