ପ୍ରଦୀପ
ପ୍ରଦୀପ
ରାତ୍ରିରେ ତୁ ସୂର୍ଯ୍ୟଙ୍କ ପରି ଜଳି
ଆଲୋକ ପ୍ରଦାନ କରୁଛୁ ସତ,
କିନ୍ତୁ ତୁ ସୂର୍ଯ୍ୟଙ୍କ ପରି କେବେ ବି
ଚିରସ୍ଥାୟୀ ନୁହଁ ,
ତୁ ଆମ ଜାତିର ମେରୁଦଣ୍ଡ
କୃଷକ ପରି ସବୁରି ଉପକାର କରୁ
କ୍ଷଣ ସମୟ ପାଇଁ
କଦଳୀ ବାଡ଼ିକୁ ପବନ ଯେପରି
ଅନ୍ଧାର ମଧ୍ୟ ଡରେ ତୋତେ ସେପରି
ତାକୁ ବିନାଶ କରିବା ପାଇଁ
କ୍ଷ୍ରୁଦ୍ର ଖଦ୍ୟୋତିକl ସାଜୁ,
ସ୍ମିଧ ଆଲୋକରେ ଆଲୋକିତ କରୁ
ନକ୍ଷତ୍ର ମାନଙ୍କପରି,
କିନ୍ତୁ ଧ୍ରୁବତାରା ପରି କେବେ
କେବେ ହୋଇପାରିବୁ ନାହିଁ,
ତୋର ଆଲୋକ ନିମିଷେକ
ହୋଇଲେ ମଧ୍ୟ ତୋର ଏହି
ମହାନତା ଗୁଣ ଯୋଗୁଁ
ସବୁରି ଠାରେ ତୁ ଧନ୍ୟ ହୋଇଛି
ଶେଷରେ ଶବ ପରି ଜଳିଜଳି
ପରର ଉପକାର କରି କରି
ଶିଖା ମଳିନ ପଡ଼ିଯାଏ
ଧନ୍ୟ ତୋର ସେବା
ଆଉ ଏକ ନିଷ୍ଠ ସାଧନାକୁ ।
