STORYMIRROR

BULU BEHERA

Abstract Action Others

3  

BULU BEHERA

Abstract Action Others

ପ୍ରଦୀପ

ପ୍ରଦୀପ

1 min
323

ରାତ୍ରିରେ ତୁ  ସୂର୍ଯ୍ୟଙ୍କ  ପରି ଜଳି

ଆଲୋକ  ପ୍ରଦାନ  କରୁଛୁ  ସତ,

କିନ୍ତୁ ତୁ  ସୂର୍ଯ୍ୟଙ୍କ ପରି  କେବେ ବି

ଚିରସ୍ଥାୟୀ  ନୁହଁ ,

ତୁ ଆମ  ଜାତିର  ମେରୁଦଣ୍ଡ

କୃଷକ  ପରି  ସବୁରି  ଉପକାର କରୁ

କ୍ଷଣ  ସମୟ   ପାଇଁ

କଦଳୀ ବାଡ଼ିକୁ  ପବନ  ଯେପରି

ଅନ୍ଧାର ମଧ୍ୟ  ଡରେ  ତୋତେ ସେପରି

ତାକୁ  ବିନାଶ  କରିବା  ପାଇଁ

କ୍ଷ୍ରୁଦ୍ର ଖଦ୍ୟୋତିକl ସାଜୁ,

ସ୍ମିଧ ଆଲୋକରେ  ଆଲୋକିତ  କରୁ

ନକ୍ଷତ୍ର ମାନଙ୍କପରି,

କିନ୍ତୁ ଧ୍ରୁବତାରା  ପରି  କେବେ

କେବେ  ହୋଇପାରିବୁ  ନାହିଁ,

ତୋର  ଆଲୋକ  ନିମିଷେକ

ହୋଇଲେ  ମଧ୍ୟ  ତୋର ଏହି

ମହାନତା  ଗୁଣ  ଯୋଗୁଁ

ସବୁରି  ଠାରେ  ତୁ  ଧନ୍ୟ  ହୋଇଛି

ଶେଷରେ  ଶବ  ପରି  ଜଳିଜଳି

ପରର  ଉପକାର  କରି କରି

ଶିଖା ମଳିନ  ପଡ଼ିଯାଏ  

ଧନ୍ୟ   ତୋର  ସେବା  

ଆଉ ଏକ ନିଷ୍ଠ  ସାଧନାକୁ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract