STORYMIRROR

Chittaranjan Nanda

Abstract Action

3  

Chittaranjan Nanda

Abstract Action

ଜାତୀୟତା ନୁହେଁ କି ମିଛର ହାଲ୍ଲା

ଜାତୀୟତା ନୁହେଁ କି ମିଛର ହାଲ୍ଲା

1 min
416


ମୁଁ ହିନ୍ଦୁ, ମୋ ଧରମକୁ ମୁଁ ଦିଏ ସମ୍ମାନ, ବର୍ଷ ବର୍ଷ ଧରି 

ମୋ ଧରମ ନୀତିକୁ କରି ଆସିଛି ପାଳନ

ଅନୁଭବ କରିନି କେବେ ଉଠିଛି, କାହା ଦ୍ୱାରା, ମୋ ଧର୍ମ 

ପାଳନ କରିବା ଉପରେ ପ୍ରଶ୍ନ ବାଚକ ଚିହ୍ନ ।


କିଛି ସାମ୍ପ୍ରଦାୟିକ ଶକ୍ତି, ନିଜ ସ୍ୱାର୍ଥ ପାଇଁ, ସୃଷ୍ଟି କରାନ୍ତି ମନ

ମଧ୍ୟରେ, ମୁୁଁ ଜନମିଛି ଆନ ପାଇଁ ବେଠି କରିବାକୁ 

ଜାତୀୟତା କଥା ଜୋରରେ କୁହନ୍ତି, ଏକତା ଭିତରେ ବିଭେଦ

କରି କେବଳ ଶାସନ ଗାଦୀକୁ ଦଖଲ କରିବାକୁ


ମଣିଷ ପ୍ରତି ଅବିଶ୍ୱାସୀ ଯିଏ ତାପାଇଁ କିଛି ସତ ନାହିଁ, ସେ 

ନିଜର ଧର୍ମକୁ ଟେକି ଅନ୍ୟକୁ ଭାବନ୍ତି ଉଲ୍ଲା,

ପକାଇ ନେତ୍ର ପୃଥିବୀବାସୀଙ୍କୁ, କୁହ ମୋର ହିନ୍ଦୁ ଭଉଣୀ 

ଭାଇ, ଇଏକି ଜାତୀୟତା, ନୁହେଁକି ମିଛର ହାଲ୍ଲା?


ଆସିବ ହିନ୍ଦୁରାଷ୍ଟ୍ର, ହୋଇବ ରାମରାଜ୍ୟ, ବନିବା ବିଶ୍ୱର ଗୁରୁ,

ଧର୍ମ ଆଳରେ ଭୋଅଟ ନେଇ, ଗାଦୀ ଦଖଲ କଲ

ଦର ଦାମ, ବଜାରରେ ଆକାଶେ ପହଁଚିଛି, ଚାଷୀ ପ୍ରୋତ୍ସାହନ 

ନୀତି ନାଲି ଫିତାରେ ବନ୍ଧା, ତାହାର ଉତ୍ତର କିଆଁ ଭୁଲ


କାଦୁଅ ଫୋପଡ଼ା ପୁରୁଣା ଓ ନୂଆ ସରକାର ଦୁହିଁଙ୍କ ଭିତରେ,

ସବୁର ଉତ୍ତର ପୁରୁଣା 70 ବରଷ ଦାୟୀରେ

ସମସ୍ୟାର ସମାଧାନ ପାଇଁ ନାହିଁ ଚିନ୍ତା, କେନ୍ଦ୍ର ଦୋଷ ଦିଏ 

ରାଜ୍ୟକୁ ଓ ରାଜ୍ୟ ଦୋଷ ଲଦେ କେନ୍ଦ୍ର ଠାରେ


ଜ୍ଞାନ, ସିଦ୍ଧାନ୍ତ, ବିଚାର, ମତବାଦ, ଆଦର୍ଶ, ହୋଇଛି ମରୁଡି, ଦେଖା ଦେଇଅଛି ସାରା ଦେଶରେ ଭାଇ,

ଯୁଦ୍ଧ, ହତ୍ୟା, ରକ୍ତପାତ, ମଣିଷ ମଣିଷ ଭିତରେ ଘୃଣା ଦ୍ୱେଷ ସୃଷ୍ଟି ଚାଲିଛି, ଦେଶପ୍ରେମୀର ମନରେ ଶାନ୍ତି ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract