ସୁନା ଭାଇନା
ସୁନା ଭାଇନା
ନିଆଁ ସହ ତୁ ଖେଳନି ଚଗଲା
ସୁନାପିଲା ହୋ ଚାଇନା
ବଡ଼ସାନ କିଛି ନ ମାନିବୁ ଯଦି
ଗରବ କରିବ ଚୂନା ।
ଠକିଭଣ୍ଡି ଅନ୍ୟେ ଦେଖାଉ ନିର୍ଲଜେ
ପଡିଶାକୁ ନାଲିଆଖି
ଚଢ଼ି ମାଡି ଯାଉ ଅନ୍ୟର ଇଲାକା
ବିପଦକୁ ଆଣୁ ଡାକି ।
ଯାହା ହାତ ଧରି ପଢିଛୁ ଶିଖିଛୁ
ହୋଇଛୁ ବଡ଼ ମଣିଷ
ସିଏ ତୋର ପୂଜ୍ୟ ପିତାର ସମାନ
ମହାନ ଭାରତ ଦେଶ ।
ସତ୍ୟ ଓ ଅହିଂସା ଜୀବନର ମନ୍ତ୍ର
ଶାନ୍ତି ମୈତ୍ରୀ ଆମ ନୀତି
ବିଶ୍ୱରେ ଜ୍ଞାନର ଉଜ୍ଜ୍ୱଳ ଆଲୋକ
ପ୍ରବୃଦ୍ଧ ବିଦ୍ୟା ଭାରତୀ ।
ଏ ମାଟିରେ ହସେ ସୁନାର ଫସଲ
ମମତାର ଝରେ ଫୁଲ
ଦେବପୁଣ୍ୟ ଭୂମି ଭାରତମାତାର
ସନ୍ତାନ ପରମ ବୀର ।
ପରାକ୍ରମ ତାର ଅତୂଲ୍ୟ ଅନନ୍ୟ
ଅଭେଦ୍ୟ ତା ଅସ୍ତ୍ରଶସ୍ତ୍ର
ଥରଇ ଶମନ ସମ୍ମୁଖ ସମରେ
ରଣେ ଭୀମରୂପ ରୈ।ଦ୍ର ।
ବଡ଼ ଭୟାନକ ତାର ବିଶ୍ୱରୂପ
ପ୍ରଚଣ୍ଡ ତାର ପ୍ରହାର
ନିମିଷକ ମଧ୍ୟେ ଜାଳିପୋଡି ସବୁ
କରିପାରେ ଛାରଖାର ।
ଆମ ସାର୍ବଭୈ।ମ ଆମ ସ୍ୱାଭିମାନ
ସୁଦୃଢ଼ ହେଉ ଭାବନା
ଉତ୍ତମ ପଡୋଶୀ ବଢୁ ସଦ୍ଭାବନା
ମାନିଯା ସୁନା ଭାଇନା ।
