ସୁରଭି
ସୁରଭି
ମହକେ ସୁରଭି ମଳୟ ସୁବାସ
ଉଲ୍ଲସିତ ହୁଏ ମନ
ସତ୍ୟ ସ୍ନେହ ପ୍ରେମ ଜୀବନ ସୈ।ରଭ
ଅରଜଇ ଗୁଣବାନ ।
ଅଭ୍ୟାସି ସ°ଯମ ତ୍ୟାଗ ଓ ତପସ୍ୟା
ଗୁରୁଜନ ଶୁଭାଶୀଷ
ଆୟତ୍ତ କରିଲେ ଯୋଗ ବିଦ୍ୟାବୁଦ୍ଧି
ଗୁଣର ହୁଏ ବିକାଶ ।
କାୟମନୋବାକ୍ୟେ ଆଚାର ବିଚାରେ
ଏକନିଷ୍ଠ ଏକାଗ୍ରତା
ସଦା ସଚେତନ ଉତ୍ତମ ପ୍ରଚେଷ୍ଟା
ସୁଲଭଇ ସୁପାତ୍ରତା ।
ଚହଟେ ସୁଗନ୍ଧ ଚନ୍ଦନ ତୁଳସୀ
ଜ୍ୟୋର୍ତିମୟ ସୂର୍ଯ୍ୟ ଚନ୍ଦ୍ର
ବିକଶେ ସୁରଭି ସୁପାତ୍ର ଜୀବନେ
ନାଶେ ତମ ଅନ୍ଧକାର ।
ହେଉ କୁସୁମିତ ସୁରଭିତ ଧନ୍ୟ
ପ୍ରତିଟି ଜୀବନ ପ୍ରାଣ
ହସିଉଠୁ ଆମ ସୁନ୍ଦର ଧରଣୀ
ହେଉ ମଙ୍ଗଳ କଲ୍ୟାଣ ।
