STORYMIRROR

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

ଖିଆଲି ମନ

ଖିଆଲି ମନ

1 min
334

ମୁଁ ଆଉ ତୁମେ ,ତୁମେ ଆଉ ମୁଁ

ଖାଲି ଏହାରି ଭିତରେ ରହି

କେତେଦିନ ଏମିତି ଖୋଜୁଥିବ

ସେହି କିଛି ଅତୀତର ଅଭୁଲା କଥା

ସେହି ମିଠା ମିଠା ସ୍ବପ୍ନ

ସେହି ଗୁଣୁ ଗୁଣୁ ସଙ୍ଗୀତର ସ୍ୱର

ସେହି କିଛି ରାଗ ଆଉ ଝଙ୍କାର

ସେହି ମାନ ଅଭିମାନ ଆଉ ଆଦର

ସେହି ଚୁପି ଚୁପି ହସର ଲହର

ସେହି ତୁନି ତୁନି କଥା କିଛି ଶବ୍ଦର

ସେହି ନରମ ଆଖିର ଟିକେ ଲାଜ

ସେହି ଥର ଥର ଓଠର କମ୍ପନ

ସେହି ଧକ ଧକ ଛାତିର କୋହ

ସେହି ଆଖିରୁ ବୋହୁଥିବା ଲୁହର ଧାର

ସବୁ ତ ସାଇତି ରଖିଛି ଏହି ଖିଆଲି ମନ

କେଜାଣି କାହିଁକି ସିଏ ଏମିତି କରୁଛି

ବର୍ତ୍ତମାନକୁ ଦେଖି ଚୁପ ରହିଛି

ବୁଝି ବି କଣ ସିଏ ଅବୁଝା ହେଉଛି

ଭବିଷ୍ୟତର ସବୁ ରାସ୍ତା କି ଭୁଲିଛି

କିବା ବାଟବଣା ହୋଇ କିଛି ଭାବୁଛି

ଖିଆଲି ମନ ହୋଇ ,ମନ ମାରି ବସିଛି

ଏକା ଏକା ବୋଧେ କିଛି ଖୋଜୁଛି

ଖିଆଲି ମନ ହୋଇ ,ନିଜକୁ ଭୁଲିଛି

ଅତୀତର ଅନ୍ଧାରି ଗର୍ଭରେ ହଜାଇ ଦେଇଛି

କିବା ସେହି ଖିଆଲି ମନ ଏବେ ଭାବୁଛି

ଏହି ମୁଁ ଆଉ ତୁମେ ,ତୁମେ ଆଉ ମୁଁ କୁ

ଖିଆଲି ମନ ,ସମ୍ପର୍କରେ ଯୋଡିବାକୁ କହୁଛି

କହୁଛି ସେଇ ଖିଆଲି ମନ

ଏବେ ,ମୁଁ ଆଉ ତୁମେ କୁ ଛାଡି

ଆମେ ବୋଲି କହିବା

ମଣିଷ ଜନ୍ମକୁ ସାର୍ଥକ କରିବା

ଏବେ ସେହି ଖିଆଲି ମନ

କେମିତି ହେବ ବୋଲି ପ୍ରଶ୍ନ କରୁଛି

ଅବା କରିବାର ସବୁ ରାସ୍ତା ଦେଖାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action