STORYMIRROR

Gayatri Singh

Classics Fantasy Others

3  

Gayatri Singh

Classics Fantasy Others

ଆନମନା ଫଗୁଣ

ଆନମନା ଫଗୁଣ

1 min
163


ଫଗୁଣ ଟା ଏମିତି ଯେ,

ଯେତେ ଅଟକାଇ ରଖିଲେ ବି

ରଙ୍ଗୀନ ମନ ଟା 

ଅମାନିଆ ହୋଇଯାଏ ।

ଚାର କେନ୍ଦୁ ମହୁଲ ର ମହମହ ବାସ୍ନା

ପାହାନ୍ତି ର ହାଲକା ଶୀତରେ

ମନ ମତୁଆଲା ହୋଇଉଠେ ।

ସକାଳ ସୁରୁଜ ର ରକ୍ତିମ ଆଭା ସହିତ

ପଳାସ କୃଷ୍ଣଚୁଡା ର ଲାଲିମା ରଙ୍ଗ ରେ 

ସମଗ୍ର ପରିବେଶ ବଧୂ ପରି ଲାଗେ ।

ଅବିର ର ଛିଟା ଯେବେ ମିଶିଯାଏ

ଦେହରେ, ମନରେ

କେତେ ଆତ୍ମୀୟ ଆଉ ଅନ୍ତରଙ୍ଗ ଲାଗେ

ସେ ମୁହୂର୍ତ୍ତ ସବୁ, ଆଉ ଅଭିମାନୀ ବି !


 


Rate this content
Log in

Similar oriya poem from Classics