STORYMIRROR

Kabiratna Nutan Kumar Behera

Classics Inspirational

4  

Kabiratna Nutan Kumar Behera

Classics Inspirational

ନାହିଁ ଆଜି ଚଷାର ଆନନ୍ଦ

ନାହିଁ ଆଜି ଚଷାର ଆନନ୍ଦ

1 min
247


ଚଷା ଚାଷ କାମ କରି ସାରା ବରଷ 

        ସବୁରି ମୁଖେ ଭରି ଦିଏ ହରଷ,

ଖାଦ୍ୟ ଯୋଗାଇ ସମ୍ଭାଳେ ଆମ ଦେଶ 

      ସହି ଅନେକ ଦୁଃଖ ଯନ୍ତ୍ରଣା କ୍ଲେଶ। 

ଚଷାର ଆନନ୍ଦ ଚାଷରେ ନିହିତ 

        ସଦା ରଖିଥାଏ ହୋଇ କର୍ମରତ, 

ନିଜେ ଦୁଃଖ ପାଇ ଖଟେ ଅବିରତ 

        ଶ୍ରମ ସାଧନାରୁ ହୁଏନା ବିଚ୍ୟୁତ। 

ଖରା ବର୍ଷା ଶୀତକୁ ଡରେନା କେବେ 

    ଭାଙ୍ଗି ପଡେନା ବିପତ୍ତି ଆସେ ଯେବେ,

ସାହସର ସାଥେ ରହି ସେ ଏ ଭବେ

       ସବୁ ଜଞ୍ଜାଳ ସହିଯାଏ ନୀରବେ। 

ଚଷା ରକ୍ଷା କରେ ସବୁରି ଜୀବନ 

      ସଂସାର କଲ୍ୟାଣେ ତାର ଅବଦାନ,

ନ ବୁଝି ଅନେକେ ଭାବନ୍ତି ନ୍ୟିୟୁନ 

       ଏ କଣ ତାର ଉଚିତ ପ୍ରତିଦାନ ? 

ସଦା ସର୍ବଦା ସେ ଅଭାବରେ ରହି 

     ଭାଗ୍ୟ ସାଥେ ଯୁଝି ସବୁ ଯାଏ ସହି,

ଦୁଃଖରେ ତାର ଦାଉ ସାଧିଲେ ବିହି 

       ମନ କଥା ତାର ବୁଝନ୍ତିନି କେହି।

ଚଷା ପ୍ରତି ନ ଥିଲେ ସହାନୁଭୂତି 

      ଦେଶ ଓ ଜାତିର ହେବ କି ଉନ୍ନତି,

ଜାତି ମେରୁଦଣ୍ଡ ସେ ଜାତିର ଶକ୍ତି 

     ନ କଲେ ସୁରକ୍ଷା ତାର କି ପ୍ରଗତି ? 

ଚଷା ଭାଇ ହୁଏ ଆଜି ପ୍ରତାରିତ 

        ଅଭାବ ବିକ୍ରିରେ ହୁଏ ହନ୍ତସନ୍ତ,

ଋଣ ଚାପେ ପ୍ରାଣ ତାର ଯାଏ ନିତି 

      ପାରେନା ସଳଖି ସହି ସହି କ୍ଷତି। 

ନାହିଁ ଆଜି ଚଷାର ଆନନ୍ଦ କିଛି 

      ଦିନ ବିତାଏ ଆଖିରୁ ଲୁହ ପୋଛି, 

ନିରୁପାୟେ ନିଏ ମୃତ୍ୟୁ ପଥ ବାଛି 

      ବେଦନା ତାର କିଏ ବୁଝି ପାରୁଛି ? 

ଶାସକ ଜନତା କଲେ ତା' କୁଶଳ

       ଚଷାର ଭବିଷ୍ୟତ ହେବ ଉଜ୍ଜ୍ୱଳ, 

ହସ ଲହରୀ ଖେଳି ସାରା ଅଞ୍ଚଳ 

     ତା' ଆନନ୍ଦେ ହେବ ସବୁରି ମଙ୍ଗଳ। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics