STORYMIRROR

Dr. Rajib Lochan Panigrahy

Classics Fantasy Inspirational

3  

Dr. Rajib Lochan Panigrahy

Classics Fantasy Inspirational

ଈଶ୍ୱରମୟ ଏ ସାରା ସଂସାର

ଈଶ୍ୱରମୟ ଏ ସାରା ସଂସାର

1 min
133

ସାରା ସଂସାର ଅଟେ ତୁମ ଘର

ପାଳି ପୋଷି ତୁମେ ଚଲାଅ ଜଗତ

ଏ ଜୀବ ଜଗତ ନିମିତ୍ତ ମାତର

ତୁମ ବିନା କ୍ଷଣେ ଜୀବନ ଅଚଳ

ତୁମେ ସଚରାଚର ତୁମେ ହିଁ ସଂସାର

ସବୁ ଘଟେ ତୁମେ ଦିଶୁଛ ନାରାୟଣ

ନର ଦେହେ ରହିଁଛ ହେ ନାରାୟଣ

ସବୁ ଆଡେ ଦିଶ ପ୍ରଭୁ ତୁମର ପ୍ରକାଶ

ଗଛ ଲତା ଜୀବ ଜନ୍ତୁ ସବୁତ ତୁମର

ଜଳ ସ୍ଥଳ ଆକାଶ ରେ ତୁମେ ଚଳ

ବିନା ଇଂଗିତରେ ତୁମ ହଲେନା ପତର

ତୁମେ ହିଁ ତ ଚଳାଇଛ ଋତୁଚକ୍ର

ଖରା ବର୍ଷା ଶୀତ ସବୁ ଦାନ ତୁମର

ତୁମ ବିନା ଚାଲିବନି ଏ ସାରା ସଂସାର 

ସବୁ ଲାଗେ ମୋତେ ଈଶ୍ୱରମୟ

ତୁମେ ଅନ୍ତର୍ଯ୍ୟାମୀ ତୁମେ ଇଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics