STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Fantasy Others

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Fantasy Others

ଏମିତି ହେଇନି କେବେ

ଏମିତି ହେଇନି କେବେ

1 min
209

✍️

ଉଦୟଗିରୀ, ଖୋର୍ଦ୍ଧା , ଓଡ଼ିଶା ।।

ଆଇଡ଼ିଆ ବକ୍ସ ଥମ୍ _ ହଜି ଯାଇଥିବା ମୁକୁଟ

କବିତା ଶୀର୍ଷକ _ଏମିତି ହେଇନି କେବେ

ଏମିତି ହେଇନି କେବେ ...ତୁମେ ଗଲା ପରେ

ମୋ ଆମ୍ର କାନନେ ଫେରି ନାହିଁ କେବେ ବସନ୍ତ ମଳୟ

ମୋ ଆମ୍ର କାନନେ ଫେରି ନାହିଁ କେବେ ବଉଳର ବାସ୍ନା

ମୋ ଆମ୍ର କାନନେ ଶୁଭୁନାହିଁ ଆଉ କୋଇଲିର କୁହୁ ତାନ

ମୋ ଆମ୍ର କାନନେ ନୃତ୍ୟ କରି ନାହିଁ କେବେ ମନୋଲୋଭା କେକି ।।

ଏମିତି ହେଇନି କେବେ ...ତୁମେ ଗଲା ପରେ

ମୋ ଆମ୍ର କୁଞ୍ଜରେ ଫୁଟିନାହି କେବେ

             ମହ ମହ ବାସ୍ନା କରୁଥିବା ଝରା ଶେଫାଳୀ

ମୋ ଆମ୍ର କୁଞ୍ଜରେ ପଡ଼ି ନାହିଁ କେବେ

              ପୂର୍ଣ୍ଣ ଚନ୍ଦ୍ରମା ର ଶୀତଳ ଚାନ୍ଦିନୀ ରଶ୍ମୀ

ମୋ ଆମ୍ର କୁଞ୍ଜରେ ବହିନାହିଁ କେବେ

                କଳ କଳ ମୁଖରିତ ସେଇ ନିର୍ଝର ଝରଣା

ମୋ ଆମ୍ର କୁଞ୍ଜରେ ଚାହିଁ ବସି ନାହିଁ କେବେ

                ବିରହ ଯନ୍ତ୍ରଣାରେ ଛଟ ପଟ କୋମଳ ମଣିଧାରି କଳା ନାଗୁଣୀ ।

ଏମିତି ହେଇନି କେବେ ...ତୁମେ ଗଲା ପରେ

ମୋ ହୃଦ ବନରେ ଫେରିନାହିଁ କେବେ ଫଗୁଣର ସପ୍ତ ରଙ୍ଗ

ମୋ ହୃଦ ବନରେ ଫେରିନହିଁ କେବେ ଚଇତାଳି ବାଆ

ମୋ ହୃଦ ବନରେ ଫେରିନlହିଁ କେବେ ଅଭିମାନ ଭରା ମନ

ମୋ ହୃଦ ବନରେ ଫେରିନହିଁ କେବେ ଲୁହ କୋହ ର ଧାରା ।

ଏମିତି ହେଇନି କେବେ ...ତୁମେ ଗଲା ପରେ ...l

ଗୁମୁରୀ ଗୁମୂରୀ ଅଶ୍ରୁ ବହାଉଛି ମୋ ହଜି ଯାଇଥିବା ମୁକୁଟ

ହଁ ... ଏମିତି ବଞ୍ଚିଛି ଏବେ ଏଇ ମୁକୁଟ ବିହୀନ ସମ୍ରାଟ

ମୁକୁଟ ବିହୀନ ସମ୍ରାଟ...

ମୁକୁଟ ବିହୀନ ସମ୍ରାଟ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract