STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Comedy Romance

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Comedy Romance

ସ୍କୁଟର

ସ୍କୁଟର

1 min
30


ଡାକ୍ତରିଆ ଫୋଟୋ ଦେଖି ଯେ ମୋହର

ଯୌତୁକ ଦେଇଥିଲେ ସ୍କୁଟର

ଦୂର ଦୃଷ୍ଟି ଦେଖ ଶଶୁରଙ୍କ ମୋର

ଜୁଆଁଇ ଥିଲା ଇଞ୍ଜିନିୟର

ହାଏ ହାଏ ମୋ ସ୍କୁଟର !!

ବେଦୀ ମଣ୍ଡପରେ ସାତ ଘେରା ପରେ

ଘରଣୀ କହିଲେ ପ୍ରିୟବର

ମୁଁ ତ ଭାବିଥିଲି ଡାକ୍ତର ଯେ ତୁମେ

ଏବେ ଭାସି ଗଲା ମୋ ସଂସାର

ହାଏ ହାଏ ମୋ ସ୍କୁଟର !!

କୁଆଡେ ଥିଲା ସେ ବୁଢ଼ା ମାଙ୍କଡ ଟା

ଧାଇଁ ଆସି ପାଖେ ବସିଲା ମୋର

ଆହେ ଜୋଇଁ ପୁଅ, ଓକିଲ ବାବୁ ହେ

ଜେଜେ ଶଶୁର ଯେ ମୁଁ ତୁମର

ହାଏ ହାଏ ମୋ ସ୍କୁଟର !!

ସାନଶାଳୀ ମୋର ରୂପ ଅପ୍ରମ୍ପlର

ଛକି ବସିଥିଲା ସେ ବାଟରେ

କହିଲା ଭିଣୋଇ କେତେ ମିଛ କହି

ନାଁ ପକେଇଲ ବାଟ ଘାଟରେ

ହାଏ ହାଏ ମୋ ସ୍କୁଟର !!

ଶଳା ଭାଉଜ ଟା ମୁହଁ ମୋଡ଼ି ଦେଲା

ଦେଖି ମୋ ଫ୍ରେଞ୍ଚକଟ ଦାଢ଼ି କୁ

ସ୍କୁଟର ଟା ପାଇଁ ହଟ ହଟା ହେଲି

ଶଳା, ବିଧାଏ ମାରିଲା ପିଠି କୁ

ହାଏ ହାଏ ମୋ ସ୍କୁଟର !!

ଡlକ୍ତର ଫୋଟକୁ ଓକିଲ ଫୋଟ ମୋ

ଦେଖି ହେଲେ ସବୁ ବାଇଆ

ଦୋଷ ସବୁ ଯାକ ଲଦିଲେ ମୋ ଠାରେ

ଏଇ ଦୁନିଆଁ ମାୟା ରେ ବାୟା

ହାଏ ହାଏ ମୋ ସ୍କୁଟର !!

ବାହା ହେଇ ମୁଁ ଯେ ଘରକୁ ଫେରିଲି

ସାଙ୍ଗରେ ଘରଣୀ ମୋର

ସାଙ୍ଗ ସାଥିମାନେ କହିଲେ ଯେ ମୋତେ

ଧନ୍ୟ ଦୂରଦୃଷ୍ଟି କୁ ରେ ତୋର

ଫୋଟକୁ ଦେଖାଇ ବାହା ହେଇଗଲୁ

ବାଃ ,ଯୌତୁକରେ ପୁଣି ସ୍କୁଟର

ହାଏ ହାଏ ମୋ ସ୍କୁଟର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract