ରିକ୍ସା ଵାଲା
ରିକ୍ସା ଵାଲା
ମୁଁ ରିକ୍ସା ଵାଲା
ମୁଁ.....ରିକ୍ସା ଵାଲା.......
ପେଟ ଚାଖଣ୍ଡକ ପାଇଁ ଧାଉଁଥାଏ ସଦା ମୁଇଁ.....
ଚାହିଁଥାରେ..... ଉପର ଵାଲା........
ମୁଁ ରିକ୍ସା ଵାଲା.......
ମୁଁ..... ରିକ୍ସା ଵାଲା..........।
ଷ୍ଟେସନ ବଜାର ବସ ଷ୍ଟାଣ୍ଡ ଗଳି
ସାହି ଛକ ବସ୍ତି ସବୁଠି ଗହଳି.....
ଅସନା ମସିଆ...... କାନି ରେ ବନ୍ଧା ମୋ
ଖୁଦ ମୁଢି ଚୁଡା...... ବାସି ତୋରାଣି.....
ମୁଁ ନୁହେଁ ତ...... ଅମୀର ଵାଲା.........
ମୁଁ ରିକ୍ସା ଵାଲା........ ମୁଁ ରିକ୍ସା ଵାଲା........।
ଦେହରେ ନଥାଏ କପଡା ଖଣ୍ଡିଏ
ପିନ୍ଧିଥାଏ ଚିରା ଗାମୁଛା ଗୋଟିଏ
ମୁଣ୍ଡରେ ପଗଡି........ ନଥାଏ ଯେ ସିନା
ଟାଣିନିଏ ରିକ୍ସା...... ଯାଏ ଗଡି ଗଡି......
ମୁଁ..... ସବୁଠି ଅଲୋଡ଼ା......
ମୁଁ ଅନାଡି...ଭଲା....
ମୁଁ ରିକ୍ସା ଵାଲା...... ମୁଁ ରିକ୍ସା ଵାଲା.........।
ବାବୁ ବାବୁଆଣୀ..... ବସନ୍ତି ରିକ୍ସାରେ....
ହୁକୁମ ଜାହିର...... କରନ୍ତି କେ ବାରେ
ଉତ୍ତର ଦେବାକୁ.... ନହୁଏ ସାହସ.....
ଗରାଖ ଈଶ୍ୱର ଭାବିଛି ଥରେ............... ଡାକିଦେଲେ ମୋତେ.........
ଯାଏ ଧାଇଁ.. ମୁଇଁ ......
ମୁଁ ସଭିଙ୍କୁ ନିଜର...... କରିଛି ପରା
ମୁଁ...... ରିକ୍ସା ଵାଲା...... ମୁଁ ରିକ୍ସା ଵାଲା......।
ସକାଳ ରୁ ସଞ୍ଜ....... ସଞ୍ଜ ରୁ ସକାଳ....
ରାତି ପାହେ ନାହିଁ....... ସେ ମୋର ଦେଉଳ
ଥକା ପଣ ଟିକେ.... ମେଣ୍ଟେଇବା ପାଇଁ....
ରିକ୍ସା ମୋର ବାବୁ ଏକା ହିଁ ସମ୍ବଳ.....
ଖାଉଥାଏ ଦୁଇ ଓଳି........ମୁଁ ପଖାଳ
ସେ..... ବାସି ପଖାଳ........ପିଆଜ କୋଲା
ମୁଁ..... ରିକ୍ସା ଵାଲା...ମୁଁ ରିକ୍ସା ଵାଲା.........।
କେଉଁଠି ମୋ ଘର...... ବୁଝେନା ମୁଁ ଦିନେ
ଯେଉଁଠି ଜୀବନ........ ଜୀବନ କୁ ଚିହ୍ନେ.....
ପଡୋଶୀ ଅଡ଼ୋଶୀ ନଥାଏ କେହି ମୋ.....
ବୁଲା ଗାଈ ଗୋରୁ...... ସେଇ ମୋ ବନ୍ଧନ.......
ବୁଲା କୁକୁର ମୋ.... ସାଙ୍ଗ ସବୁଦିନ......
ସେ.... ମୋରି ବିଶ୍ୱସ୍ତ ଭଲା....
ମୁଁ.... ରିକ୍ସା ଵାଲା...... ମୁଁ... ରିକ୍ସା ଵାଲା.......।
ବିଶ୍ୱାସ କରିବା... ନୁହେଁ କାହା ପାଶେ
ବିଶ୍ୱାସୀ ରହିଛି..... ସଦା ମୋ ବିଶ୍ୱାସେ....
ରହିଥାଏ ଚାହିଁ... ମୋ ଫେରିବା ବାଟ...
ସିଏ ମୋର ସାଥୀ........ ଜୀବନର ଘାଟ.....
ବୁଲା କୁକୁର ସେ..... ବୁଲା ମୁଁ ଫକୀର.....
ମୋ ଘର ବଡଦାଣ୍ଡ...ଜାଣିଥା ଭଲା...
ମୁଁ....... ରିକ୍ସା ଵାଲା.........ମୁଁ ରିକ୍ସା ଵାଲା......।
ଧରମ କରିବା ପାଇଁ କି ଜୀବନ..
ରିକ୍ସା ଟଣା.... ବାବୁ.... ମୋରି ସପନ.....
ବାବୁ ବାବୁଆଣୀ....... ଆସନ୍ତି ଯେ ପୁଣି.....
କଢ଼େଇ ନିଏ ମୁଁ....... ଦେବାକୁ ଦର୍ଶନ
ଧନ୍ୟ ଧନ୍ୟ.... ବାବୁ...... ମୋ ଜୀବନ.....
ମୋ ନାଁ ଟି ସପନି.... ରିକ୍ସା ଵାଲା.......
ମୁଁ..... ରିକ୍ସା ଵାଲା..... ମୁଁ..... ରିକ୍ସା ଵାଲା.......।
