STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Comedy Others

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Comedy Others

ରାଶିର ବୃତ୍ତାନ୍ତ

ରାଶିର ବୃତ୍ତାନ୍ତ

2 mins
152


   ଆଜି କାଲି ସମାଜରେ ଅନେକ ଘଟଣା ଘଟୁଛି , ଯଦି ଆପଣ ଭାଗ୍ୟ ଚକ୍ର , ରାଶି ନକ୍ଷତ୍ର ଉପରେ ବିଶ୍ଵାସ କରନ୍ତି , ତାହାଲେ ନିଜେ ଚୟନ କରିବ , ରୂପ , ଗୁଣ , ପ୍ରକାର ଭେଦରେ। କିଏ କେମିତି । ତେଣୁ ମୋ କହିବାର ଅର୍ଥ କେବଳ ମାଣ୍ଡୁ ଛେଉଣ୍ଡ ମାନେ ବ୍ୟସ୍ତ ହୁଅନି ସବୁ ଠିକ୍ ହେଇଯିବ ଖାଲି ଧର୍ଯ୍ୟ ଧରି ରୁହ , ତୁମ ପାଇଁ ଆଣିଛି ମୁଁ ନୂଆ ଯୋଜନା ମାଣ୍ଡୁ ମାନଙ୍କ._ରାଶି ର ବୃତ୍ତାନ୍ତ ।

ଶୁଣ ହେ ମାଣ୍ଡୁ ଛେଉଣ୍ଡ ମିଠା କୋଳି ତୋଳିବାକୁ ମନ୍ ହନ୍ତ ସନ୍ତ ହେଉଛି ଆଉ ରୁମର କେମିତି ଅବା ନହେବ ଏବେ ବାଛି ବାଛି ତୋଳି ନିଅ ମିଠା ମିଠା କୋଳି, ଲେଖୁଛି ମୁଁ ଆଜି ସବୁ ମାଣ୍ଡୁ ଙ୍କ କାହାଣୀ ।



ଶୁଣ ହେ ମାଣ୍ଡୁ ଛେଉଣ୍ଡ ରାଶିର ବୃତ୍ତାନ୍ତ

ମିଠା କୋଳି ତୋଳିବାକୁ ମନ୍ ହନ୍ତ ସନ୍ତ

ବାଛି ବାଛି ତୋଳି ନିଅ ମିଠା ମିଠା କୋଳି

ଲେଖୁଛି ମୁଁ ଆଜି ସବୁ ମାଣ୍ଡୁ ଙ୍କ କାହାଣୀ ।


ସଚ୍ଚା ପ୍ରେମ୍ ଖୋଜୁ ଥାନ୍ତି ମେଷ ରାଶି ଝିଅ

ଗୁନବନ୍ତ୍ ସେଇ ମାଣ୍ଡୁ ମାଣ୍ଡିଆ ର ପ୍ରିୟ

ପୁରୁଷଙ୍କୁ ହାତେଇ ନେବା ଗୁଣ ଭାରି ଭଲ

ସମ୍ୱେଦନଶିଲ ହୋଇ କରିଥାନ୍ତି ଗେଲ ।


ଶୁଣ ହେ ମାଣ୍ଡୁ ଛେଉଣ୍ଡ ରାଶିର ବୃତ୍ତାନ୍ତ

ବୃଷ ରାଶି ମIଣ୍ଡୂ ମାନେ ଅଟନ୍ତି ଖୁସୀ ବନ୍ତ

ହସି ହସି କୁହନ୍ତି ସେ , ଭାରି ମିଷ୍ଟ ଭାଷୀ

ଆଜିର ଟୋକାଏ ତାଙ୍କୁ ପସନ୍ଦ କରନ୍ତି ।


ମିଥୁନ ରାଶି କନ୍ୟା ମାନେ ଅତି ବୁଦ୍ଧିମତି

ସ୍ଵଭାବ ରେ ସେତ ଭାରି ଚଞ୍ଚଳ ଅଟନ୍ତି

କେତେବଳେ କାହାକୁ ସେ ମନ୍ ଦେଇ ଥାନ୍ତି

ଘରକୁ ସମ୍ଭାଳିବାକୁ ଅତି ଉତ୍ତମ ଅଟନ୍ତି ।


କର୍କଟ ରାଶି ମାଣ୍ଡୁ ସରଳ ବିଶ୍ବାସୀ ନୁହନ୍ତି

ନିଜ ଭାବନାକୁ ପ୍ରକଟ ଶୀଘ୍ର ନକରନ୍ତି

ଦାମ୍ପତ୍ୟ ଜୀବନ କୁ ସେ ସରଳ କରନ୍ତି

ବୁଝା ବଣା ରେ ଅନନ୍ୟ ସୁଖ ସେ ଦିଅନ୍ତି ।


ସିଂହ ରାଶି ମାଣ୍ଡୁ ମାନେ ବହୁତ୍ ଚଞ୍ଚଳ

ସ୍ନେହିଁ ,ପ୍ରେମୀ , ଖୁସି ମିଜାଜ୍ ହୋଇଥାନ୍ତି

ତାଙ୍କୁ ଦେଖି ପୁଅ ମାନେ ପ୍ରଭାବିତ ଯେ ହୁଅନ୍ତି

ଥରେ ହାତ ଧରିଲେ ସେ ଛାଡ଼ି ନ ଯାଆନ୍ତି ।


ଗମ୍ଭୀର ଶାନ୍ତ ସରଳ କନ୍ୟା ରାଶି କନ୍ୟIମାନେ

ଅତ୍ୟନ୍ତ ଯିଦି ସ୍ଵଭାବ ନାହିଁ କେହି ତାଙ୍କ ସମେ

ଭାବୁକ ଶ୍ରେଣୀରେ ଆଗେ ଭାବନାରେ ସେ ପାଗଳ

ବିଚାର କରନ୍ତି ବହୁ ସେତ ବଡ ଭାବ ବିହ୍ୱୋଳ ।


ତୁଳା ରାଶି ରମଣୀ ଙ୍କୁ କରିବ ଯେ ଘରଣୀ

ବହୁତ ସୁନ୍ଦରୀ ମାଣ୍ଡୁ ଅଟେ ବହୁ ଗୁଣୀ

ସମାନତା ରକ୍ଷା କରିବା ତାଙ୍କ ଅନ୍ୟ ଗୁଣ

ମାଣ୍ଡୁ ଛେଉଣ୍ଡ ହେ ତୁମେ ଏହି କଥା ଜlଣ ।


ବିଛା ରାଶି ଝିଅମାନେ ତୀକ୍ଷ୍ଣ ମାନସିକ

ସାଥୀ କୁ ପାଇଲେ ବେଶୀ ହୁଅନ୍ତି ଭାବୁକ

ପ୍ରେମିକର ନିଅନ୍ତି ସେ ବହୁ ଯତ୍ନ ମାନ

ଅନ୍ୟକୁ ଦେଖିଲେ ନ ବାହାରେ ବଚନ ।


ଧନୁ ରାଶି କନ୍ୟା ମାନେ ବଡ଼ ଧର୍ଯ୍ୟ ବାନ

ମହତ୍ତ୍ଵକlଙ୍କ୍ଷୀ ରେ ତାଙ୍କ ନାହିଁ କେ ସମାନ

ଆକର୍ଷିତ ଚେହେରା ବିଶ୍ୱାସର ପାତ୍ର ମନେ

ସ୍ୱଭାବେ ସ୍ଵତନ୍ତ୍ର ଶୁଣ ମାଣ୍ଡୁ ଚେଉଣ୍ଡ ମାନେ ।


ମକର ରାଶି ମାଣ୍ଡୁଏ ଖୋଲା ମନୋଭାବ

ରୋମାଣ୍ଟିକ ହେବା ତାଙ୍କ ପ୍ରକୃତ ସ୍ଵଭାବ

ସେଥି ପାଇଁ ପୁଅ ମାନେ ଆକୃଷ୍ଟ ହୁଅନ୍ତି

ଅତିଶୀଘ୍ର ପ୍ରେମରେ ସେ ପୁଅଙ୍କୁ ବାନ୍ଧନ୍ତି ।


କୁମ୍ଭ ରାଶି ମାଣ୍ଡୁ ମାନେ ପାଶେ କିଛି ନରଖନ୍ତି

ଅଳପ ଖୁସୀରେ ଆତ୍ମହରା ହୋଇ ଥାଆନ୍ତି

ଭାବୁକ ହୋଇଣ ଶତ୍ରୁ ଆଗେ ସବୁ ବଖlଣଇ

ନୂଆ ଭାଵନା ସମୟ ସାଥିରେ ସେ ଚାଲଇ ।


ପ୍ରେମ କ୍ଷେତ୍ରରେ ମୀନ ରାଶି ମାଣ୍ଡୁ ମାନେ

ଯତ୍ନ ଶିଳ ହୋଇଥାନ୍ତି ପ୍ରେମେ ଦେଇ ମନ୍ 

ଛାଟି ପିଟି ହେଲେ ତୁମେ ଛାଡ଼ିବେ ଯେ ନାହିଁ

ପରସ୍ତ୍ରୀ ସଙ୍ଗେ ଦେଖିଲେ ଆଖି ଦେବେ ଫୁଟେଇ ।


ଶୁଣିଲ ମାଣ୍ଡୁ ଛେଉଣ୍ଡ ବାର ରାଶିର ବୃତ୍ତାନ୍ତ

କାର୍ଯ୍ୟକାରୀ ହେବ ଏବେ ଏ ଯୋଜନା ସତ

ଲାଇକ କମେଣ୍ଟ ନଦେଲେ ଅଭିଶାପ ଦେବି

କାଳିଆ ଯୋଜନା ପରି କାଳୀଙ୍କୁ ଠେଲି ଦେବି।


ନ ମିଳିବେ ମାଣ୍ଡୁ ମାନେ ହୋଇବେ ଉଭାନ

ମିଠା କୋଳି ତୋଳିବାକୁ ମନ୍ ଛନ୍ ଛନ୍

ବାଛି ବାଛି ତୋଳି ନିଅ ମିଠା ମିଠା କୋଳି

ମନରେ ନଭାବି କିଛି ଦିଅ ହରିବୋଲ ହୂଳ ହୁଳି।


ସମାପ୍ତ କରୁଛି ମୁହିଁ ବାର ରାଶିର ବୃତ୍ତାନ୍ତ

ମାଆ ଭଉଣୀ ମାନଙ୍କୁ କୋଟି ପ୍ରଣିପାତ

କ୍ଷମା କରିବେ ସଭିଏଁ ହୋଇ ଦୟIବନ୍ତ

ଏ ପ୍ରଶାନ୍ତ ମାଗୁଛି ଟିକେ ଆଶିଷ ର ହାତ ।






Rate this content
Log in

Similar oriya poem from Abstract