STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Classics Others

4  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Classics Others

ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ

1 min
241


ଜଗନ୍ନାଥ ହେ ଗୋସାଇଁ

କେଉଁ ଜନମର ତୁମ ସାଥେ ପ୍ରଭୁ

ଥିଲା ପ୍ରେମ ଭାବ ସlଇଁ

ତୁମ ମାୟା ଜାଲେ ଛନ୍ଦି ହୋଇ ମୁହିଁ

ଛଟ ପଟ ହୁଏ ସାଇଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ଜୀବ ତ ଦେଇଛ ଭକ୍ତି ଭାବ ନାହିଁ

ମୋହ ମାୟା ଦେଲ କାହିଁ

ଏହି ଜନମରେ ତୁମ ବିନା ପ୍ରଭୁ

ବଞ୍ଚିବାର ଲାଭ ନାହିଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ପ୍ରେମ ଭକ୍ତିସୁଧା

ଦୂର କରି ଦେଇ

ଅହଂକାର ଦେଲ କାହିଁ

ସତ କୁହ ପ୍ରଭୁ ଜୀବାତ୍ମା ଭିତରେ

ଦୂର୍ଗୁଣ ଦେଲ କିଁ ପାଇଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ଜୀବାତ୍ମା ଭିତରେ ଲୋଭ ମୋହ ମାୟା

କରୁଛନ୍ତି ଖାଲି ଖେଳ

ବିଦାୟ ଦିଅ ହେ ଜଗତ ଗୋସାଇଁ

ଉଛୁର ହେଲାଣି ବେଳ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ଆସିଥିଲି ଏକା ଯିବି ମୁହଁ ଏକା

ମେଲାଣି ଦିଅ ଗୋସାଇଁ

ଫେରାଇ ନିଅ ହେ ଲୋଭ ମୋହ ମାୟା

ପ୍ରଭାତକୁ ଅଛି ମୁଁ ଚାହିଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ଜୀବ ଚାଲିଯିବ ମୋକ୍ଷ ପ୍ରାପ୍ତି ହେବ

ଶ୍ରୀମୁଖ କୁ ଚାହିଁ ଚାହିଁ

ମାୟା ଜାଲ ତୁମ ପରତେ ହଟାଇ

ଦର୍ଶନ ଦିଅ ଗୋସାଇଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ


ନୀରବ ନିଶାନ୍ତ ହେବ ତନୁ ମୋର

ଶ୍ରୀମୁଖ ଦର୍ଶନ ପାଇ

ଆସିଥିଲି ଏକା ଯିବି ମୁହଁ ଏକା

ମେଲାଣି ଦିଅ ଗୋସାଇଁ ।।


ଜଗନ୍ନାଥ ହେ ଗୋସାଇଁ

ଜଗନ୍ନାଥ ହେ ଗୋସାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract