STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Others

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Abstract Others

ଶବରୀ କାଣ୍ଡ

ଶବରୀ କାଣ୍ଡ

1 min
150


ଛେଦିଣ କବନ୍ଧ ଦୀର୍ଘ ବାଜୁବନ୍ଧ

ଶ୍ରାପରୁ ମୁକତି କରି

ରାକ୍ଷସ ଯୋନି ରୁ  ନିସ୍ତାର ପାଇଲେ

ଦନୁ ଗନ୍ଧର୍ବ କୁମାର ।।


ଶବ ଦାହ ପରେ ବେନି କରଯୋଡ଼ି

ଉତ୍ପନ୍ନ ହୋଇଲେ ଦନୁ

ଧନ୍ୟ ରାଘବେନ୍ଦ୍ର ଧନ୍ୟ ତୁମ ଲୀଳା

ନ ଭୁଲିବି କେବେ ମନୁ ।।


ହେ ନର ଶ୍ରେଷ୍ଠ ରଘୂପତି ଶ୍ରୀରାମ

ନକରି ବିଳମ୍ବ କ୍ଷେଣେ

ପ୍ରସ୍ଥାନ କରନ୍ତୁ ପଶ୍ଚିମ ଦିଗକୁ

ମିଳିବ ଶବରୀ ପୁଣ ।।


ମହା ତପସ୍ଵିନୀ ମାତଙ୍ଗେୟ ଶିଷ୍ୟl

ଅପେକ୍ଷାରେ ରତ ତୁମ୍ଭ

ପମ୍ପା ସରୋବର ନାମରେ ବିଖ୍ୟାତ

ପଶ୍ଚିମେ କର ପ୍ରସ୍ଥାନ ।।


ଯୁଗ ଯୁଗାନ୍ତରୁ ନିତ୍ୟ ପ୍ରତିଦିନ

ପୂଜା କରେ ତପସ୍ଵିନୀ

ଅପେକ୍ଷାରେ ତୁମ୍ଭ ନିତ୍ୟ ପୁଷ୍ପ ଛିଞ୍ଚି

ଜପେ ରାମ ନାମ ଧ୍ଵନି ।।


ପ୍ରସନ୍ନ ବଦନେ ସଜାଇ କୁଟିର

ଶବରୀ ଯାହାର ନାମ

ଗୁରୁ ମାତଙ୍ଗ କହି ଯାଇଛନ୍ତି

ମିଳିବେ ପ୍ରଭୁ ଶ୍ରୀରାମ ।।


ଚିନ୍ତନ କରିଣ ମହା ତପସ୍ଵିନୀ

ରାମ ନାମ ଜପେ ବସି

କେବେ ଦର୍ଶନ ଦେବେ ପ୍ରଭୁ ଶ୍ରୀରାମ

ରାସ୍ତା ଚାହିଁ ବସେ ହସି ।।


ଦନ୍ତେ ଚାଖି ରଖେ ମିଠା ବରକୋଳି

ନିତ୍ୟ ସଜାଇ ସେ ଥାଳି

ବାଟ ଚାହିଁ ଚାହିଁ ଜୀବନ ବିତିଲା

ଜପେ ରାମ ବନମାଳୀ ।।


ରାମ ଚରଣେ ମନ ଧ୍ୟାୟୀ ଶବରୀ

ଲୋତକ ନୟନେ ଭାରି

ଦରଶନ ଦେଇ ପ୍ରଭୁ ରାମଚନ୍ଦ୍ର

ଧନ୍ୟ ହୋଇଲା ଶବରୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract