ଆଜିର ଅଭିଯାନ
ଆଜିର ଅଭିଯାନ
ଆଜିର ଅଭିଯାନ
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ନିଶା ନିବାରଣ ଅଭିଯାନ
ଶୁଭାରମ୍ଭ ଆକଣ୍ଠ ମଦ୍ୟପାନ
ଚୋବାଉଥାନ୍ତି ଗୁଟଖା ଆଉ ପାନ
ସିଗାରେଟରେ ଧୂଆଁ ଘନଘନ ।
ମଞ୍ଚ ଉପରେ ଅତିଥି ମଞ୍ଚାସୀନ
ନିଶାନିବାରଣର ଭାଷଣ ଗର୍ଜନ
ଶ୍ରୋତା ମାରନ୍ତି ତାଳି ହୋଇ ଉଚ୍ଛନ୍ନ
ଆନ୍ତରିକତାର ନାହିଁ ଚିହ୍ନବର୍ଣ୍ଣ ।
ଭାଷଣବାଜିଟା ଆଜି ପ୍ରହସନ
ଚାଲିଛି ସାକ୍ଷରତା ଅଭିଯାନ
ଗଣମାଧ୍ୟମରେ ପ୍ରସାର ହେବ ଆରଦିନ
ଜନ ଜନ କରିବେ ଗୁଣଗାନ
ନୂଆ ନାରା : ବାପୁଙ୍କ ସ୍ୱପ୍ନ ହେବ ସାକାର
ରଜାଙ୍କର ଦେଶକୁ ସ୍ୱଚ୍ଛତାର ଉପହାର
ଝାଡୁ ମାରି ନେତାଙ୍କର ନିଜର ପ୍ରଚାର
ବାଃ ବାଃ ରେ ଦେଶରେ ରାଜନୀତି ବେପାର !
ଆମେ ଅଟୁ ଭାରତର ଜନତା
ଦେଶପ୍ରୀତିରେ ନାହିଁ ମମତା
କଟାଗଲେ ଚାରିଆଡ଼େ ନାଲିଫିତା
ଦେଖାଉ ବର୍ଷା ବେଳର ଛତା ।
ଆଇନ କରିଦେଲେ ପ୍ରଣୟନ
ହୋଇଯିବ କି ସଙ୍କଟ ମୋଚନ
ଜନ-ଭାଗିଦାରିରେ ହେଉ ଅଭିଯାନ
ସୃଷ୍ଟି କର ସଚେତନତାର ବାତାବରଣ ।
ନାରୀ, ପ୍ରାକୃତିକ ସମ୍ପଦ, ପରିବେଶ
ୟା’ ବିନୁ କିପରି ହେବ ରାଷ୍ଟ୍ରର ବିକାଶ
ଏହାର ସୁରକ୍ଷା ହେଉ ଜାତୀୟ ସନ୍ଦେଶ
ତେବେ ହୋଇବ ଭାରତ ସୁନାର ଦେଶ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****