STORYMIRROR

Rajesh Kumar Jain

Comedy

2  

Rajesh Kumar Jain

Comedy

ନୋଟ୍ ବନ୍ଦୀ

ନୋଟ୍ ବନ୍ଦୀ

1 min
14.2K


ନୋଟ୍ ବନ୍ଦୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ନୋଟ୍ ବନ୍ଦୀର ବ୍ୟାପକ ଅସର

ବ୍ୟାଙ୍କଗୁଡ଼ିକରେ କଳା କାରବାର

ଚଷା ଘରେ ପଡ଼ିଛି ହାହାକାର

ରାତାରାତି କୋଟିପତି ଈଶ୍ୱର

ଆଗ ଚଉଠି, ପରେ ବାହାଘର

ସାଧାରଣ ଭିଡ଼ରେ ରାଜକୁମାର

ସଲମାନଙ୍କ ଅସୁସ୍ଥତାର ଖବର

ଜନଧନରେ କୁବେରଙ୍କ ନଜର

ବାବାଜୀ ଦୀକ୍ଷାରେ ସାହୁକାର

ନାରୀ ଗୁପ୍ତଧନ ହେଲା ଯାଯାବର

ବିନା ଗୁଳିରେ ଆତଙ୍କବାଦ ଶିକାର

ଲକ୍ଷ ଲକ୍ଷ ଶ୍ରମିକ ବେକାର

ମୁକ୍ତ ଆକାଶରେ ଜନତାଙ୍କ ଚିତ୍କାର

ବଜାର ଦୁର୍ଭିକ୍ଷ ସମ ନଜର...

 

ଚର୍ଚ୍ଚା ହେଉଛି ଘରକୁ ଘର

ଗୋଟାଏ ଗୁଳିରେ ସବୁ ଶିକାର

ଉନ୍ନତ ମାନସିକତା ଦରକାର

ରାମରାଜ୍ୟର ସ୍ୱପ୍ନ ହେବ ସାକାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy