STORYMIRROR

Rajesh Kumar Jain

Comedy

2  

Rajesh Kumar Jain

Comedy

ଲଗାମଛଡ଼ା ବାବାଜୀ

ଲଗାମଛଡ଼ା ବାବାଜୀ

1 min
2.7K


ଲଗାମଛଡ଼ା ବାବାଜୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଏପଟେ ମାୟା, ସେପଟେ ମମତା

ପାଗ ଦେଖି ମୁଲାୟମ ମାରଇ ଛତା

ରାଜଧାନୀ ଦଇତା ନଡ଼ିଆ କତା

ରାଜକୁମାର ଉଆସେ ଅମାପ ପୋତା

ଛୋଟବଡ଼ ମିଶି ହିମାଳୟ ଭ୍ରାତା

ଲଗାମଛଡ଼ା ବାବାଜୀ କାଟିଦେଲା ଫିତା

ତାଟିଆ କାମୁଡ଼ାକାମୁଡ଼ି ଦେଶର ନେତା

ଭିତରେ-ବାହାରେ ଗୋଟାଏ କଥା

ଘରଲକ୍ଷ୍ମୀ ହୀନକୁ ଦେବନି ସତା

ଛାଡ଼ିଲାନି ଯିଏ ମାଇପିଙ୍କ ଧନ ପୋତା

କରିଦେବ ସିଏ ରାଣ୍ଡୀପୁଅ ଅନନ୍ତା

ଥରିଲାଣି ଆତଙ୍କବାଦୀଙ୍କ ଜୋତା

ନାଲିକୋଠା ଘରେ ଭ୍ରଷ୍ଟାଚାରୀଙ୍କ ହତା

ମୁକ୍ତ ଆକାଶରେ ଝୁଲୁଛି ଜନତା

ସିଂହ ସମ ଗର୍ଜି ଦେଶଭକ୍ତିର କଥା

ବଳିଦାନର କଷ୍ଟ ଯିବନି ବୃଥା

ଧଳା-କଳାର ଏବେ ଚାଲିଛି ପ୍ରତିଯୋଗିତା

ସମୟର ଗର୍ଭେ କିଏ ହେବ ବିଜେତା

ଶହେ ପଚିଶି କୋଟି ଦେଶବାସୀଙ୍କ ଭାଗ୍ୟବିଧାତା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Comedy