STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Comedy

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Comedy

ପ୍ରେମ

ପ୍ରେମ

1 min
143

ପୁଅଙ୍କ ପ୍ରେମ 

ବିବାହ ପୂର୍ବରୁ ଶପଥ କରନ୍ତି

ତୁ ମୋହର ପ୍ରାଣ ଧନ

ବିବାହ ସରିଲେ ଆପଣା ପଣକୁ

କରନ୍ତି ବଡ ସମ୍ମାନ ।।


ଝିଅଙ୍କ ପ୍ରେମ 

ବିବାହ ପୂର୍ବରୁ ସପନ ଦେଖାନ୍ତି

ହୋଇ ସମ୍ମୋହିନୀ ବlଣ

ବିବାହ ସରିଲେ ହୁଅନ୍ତି କାଲିକା

ନେଇ ଯାଆନ୍ତି ସେ ପ୍ରାଣ ।।


ପୁଅଙ୍କ ପ୍ରେମ 

ବିବାହ ପୂର୍ବରୁ ପୁଅଙ୍କର ପ୍ରେମ

ହୋଲିର ରଙ୍ଗ ସମାନ

ବିବାହର ପରେ ଦ୍ଵିଗୁଣିତ ହୁଏ

ଉଜ୍ଜଳ ପ୍ରଦୀପ ମlନ ।।


ଝିଅଙ୍କ ପ୍ରେମ 

ବିବାହ ପୂର୍ବରୁ ଝିଅଙ୍କର ପ୍ରେମ

ଦୀପାବଳୀ ବlଣ ସମ

ବିବାହର ପରେ ପରମାଣୁ ବୋମା

ମାଞ୍ଚିସର ନାହିଁ କାମ ।।


ପୁଅଙ୍କ ପ୍ରେମ  

ବିବାହ ପୂର୍ବରୁ ଶୁଭ ମନାସନ୍ତି

ପ୍ରେମର ପରସ ଢାଳି

ବିବାହର ପରେ ପୁଅଙ୍କର ପ୍ରେମ

ଅସରନ୍ତି ସୁନା ଘଡି


ଝିଅଙ୍କ ପ୍ରେମ 

ବିବାହ ପୂର୍ବରୁ ଅନେକ ସପନ

ଦେଖlନ୍ତି ସେ ସୁନା ଘଡି

ବିବାହର ପରେ ଝିଅଙ୍କର ପ୍ରେମ

କଣ୍ଟା ସମ ହୁଏ ଫୋଡ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy